ହ୍ୟାକ୍‌ ହୋଇପାରେ ଆପଣଙ୍କ ସ୍ମାର୍ଟଫୋନ, ଚିପସେଟକୁ ନେଇ ସରକାର ଦେଲେ ଚେତାବନୀ

ସାଇବର ସୁରକ୍ଷା ଏଜେନ୍ସି ଆଣ୍ଡ୍ରଏଡ୍ ମୋବାଇଲ୍ ୟୁଜର୍ସଙ୍କୁ ଉକ୍ତ ସମସ୍ୟା ବିଷୟରେ ଚେତାବନୀ ଦେଇଛି । ଯେଉଁଥି ପାଇଁ ଗୁଗଲ୍ ଏବଂ କ୍ୱାଲକମ୍ ଭଳି କମ୍ପାନୀ ନିକଟରେ ସିକ୍ୟୁରିଟି ପ୍ୟାଚ୍ ପ୍ରକାଶ କରିଛନ୍ତି ।

ବର୍ତ୍ତମାନ ଦୁନିଆର ସମସ୍ତ କମ୍ପାନୀର ସ୍ମାର୍ଟଫୋନ ଭାରତରେ ହିଁ ବିକ୍ରି ହେଉଛି ଏବଂ ଅନେକ କମ୍ପାନୀ ଭାରତରେ ନିଜ ଫୋନ୍ ପ୍ରଡକ୍ସନ କରୁଛନ୍ତି । ଇଣ୍ଡିଆନ୍ କମ୍ପ୍ୟୁଟର ରେସପନ୍ସ ଟିମ୍ (CERT-In) ସମସ୍ତ ସ୍ମାର୍ଟଫୋନ୍ ୟୁଜର୍ସଙ୍କ ପାଇଁ ଏକ ଚେତାବନୀ ଦେଇଛି । ଆଣ୍ଡ୍ରଏଡ୍ ୟୁଜର୍ସଙ୍କ ପାଇଁ ସରକାର ଏକ ସତର୍କ ସୂଚନା ଜାରି କରିଛନ୍ତି । ଆଲର୍ଟରେ କୁହାଯାଇଛି ଯେ ଆଣ୍ଡ୍ରଏଡ୍ ଡିଭାଇସର କିଛି ଚିପସେଟରେ ଏକ ସମସ୍ୟା ରହିଛି, ଏହାର ଲାଭ ଉଠାଇ ହ୍ୟାକର୍ସମାନେ ଯେକୌଣସି ସମୟରେ ଆପଣଙ୍କ ଫୋନ୍ ହ୍ୟାକ୍ କରିପାରିବେ ।

ସାଇବର ସୁରକ୍ଷା ଏଜେନ୍ସି ଆଣ୍ଡ୍ରଏଡ୍ ମୋବାଇଲ୍ ୟୁଜର୍ସଙ୍କୁ ଉକ୍ତ ସମସ୍ୟା ବିଷୟରେ ଚେତାବନୀ ଦେଇଛି । ଯେଉଁଥି ପାଇଁ ଗୁଗଲ୍ ଏବଂ କ୍ୱାଲକମ୍ ଭଳି କମ୍ପାନୀ ନିକଟରେ ସିକ୍ୟୁରିଟି ପ୍ୟାଚ୍ ପ୍ରକାଶ କରିଛନ୍ତି । ସାମସଙ୍ଗ ଏହାର ଫୋନରେ ଥିବା ୯ ଟି ସମସ୍ୟା ବିଷୟରେ ଏକ ସୁରକ୍ଷା ପ୍ୟାଚ୍ ମଧ୍ୟ ପ୍ରକାଶ କରିଛି ।

CERT-In ସୂଚନା ଦେଇଛି ଯେ ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମର ଅନେକ ପୋର୍ଟରେ ସମସ୍ୟା ଅଛି ଯେଉଁଥିରେ ଫ୍ରେମୱାର୍କ, ସିଷ୍ଟମ୍, ଆର୍ମ କମ୍ପୋନେଣ୍ଟ, ମିଡିଆଟେକ କମ୍ପୋନେଣ୍ଟ, କ୍ୱାଲକମ୍ କ୍ଲୋଜ୍‌ ସୋର୍ସ କମ୍ପୋନେଣ୍ଟ ସାମିଲ ରହିଛି । ଆଣ୍ଡ୍ରଏଡ୍ 12, 12L, 13 ଏବଂ 14 ର ୟୁଜରମାନେ ଏହି ସମସ୍ୟା ଦ୍ୱାରା ପ୍ରଭାବିତ ହେଉଛନ୍ତି ।
CERT-In କହିଛି ଯେ ଏହି ସମସ୍ୟାଗୁଡିକୁ ଏଡାଇବା ପାଇଁ ତୁରନ୍ତ ଆପଣ ନିଜ ଫୋନ୍ କିମ୍ବା ଟ୍ୟାବ୍ ଅପଡେଟ୍ କରିବା ଉଚିତ । କାରଣ ବ୍ରାଣ୍ଡଗୁଡ଼ିକ ମଧ୍ୟ ସିକ୍ୟୁରିଟି ପ୍ୟାଚ୍ ସାମିଲ୍‌ କରିଛନ୍ତି । ଏପରି ପରିସ୍ଥିତିରେ ଡିଭାଇସ୍ ଅପଡେଟ୍ ନକରିବା ଭୁଲ୍‌ ହେବ ଏବଂ ଫୋନର ସିକ୍ୟୁରିଟିରେ ସମସ୍ୟା ଆସିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.