ଗୋଟିଏ ଦେଶ ଗୋଟିଏ ନିର୍ବାଚନ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରିପୋର୍ଟ ପ୍ରଦାନ କଲେ କୋବିନ୍ଦ କମିଟି

ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଗୋଟିଏ ଦେଶ ଗୋଟିଏ ନିର୍ବାଚନ ନେଇ ୧୮ହଜାର ୬୨୬ ପୃଷ୍ଠାର ରିପୋର୍ଟ ପ୍ରଦାନ କରିଛନ୍ତି ରାମନାଥ କୋବିନ୍ଦ । ବିଭିନ୍ନ ରାଜନୈତିକ ଦଳ, ବିଶେଷଜ୍ଞ ଓ ଅଂଶୀଦାର ସଂସ୍ଥାଙ୍କ ସହ ୧୯୧ଦିନର ଆଲୋଚନା ପରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।

ଗୋଟିଏ ଦେଶ ଗୋଟିଏ ନିର୍ବାଚନ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ୧୮ହଜାର ୬୨୬ ପୃଷ୍ଠାର ରିପୋର୍ଟ ପ୍ରଦାନ କରିଛନ୍ତି ରାମନାଥ କୋବିନ୍ଦ । ବିଭିନ୍ନ ରାଜନୈତିକ ଦଳ, ବିଶେଷଜ୍ଞ ଓ ଅଂଶୀଦାର ସଂସ୍ଥାଙ୍କ ସହ ୧୯୧ଦିନର ଆଲୋଚନା ପରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ୨ ସେପ୍ଟେମ୍ବର ୨୦୨୩ରେ ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଥିଲା ।

ଲୋକସଭା ଓ ବିଧାନସଭା ନିର୍ବାଚନର ଶହେ ଦିନ ମଧ୍ୟରେ ପୌର ଓ ପଞ୍ଚାୟତ ନିର୍ବାଚନ କରାଇବାକୁ ରିପୋର୍ଟରେ ପ୍ରସ୍ତାବ ଦିଆଯାଇଛି । ସମସ୍ତ ନିର୍ବାଚନ ପାଇଁ ଗୋଟିଏ ମତାଦାତା ତାଲିକା ପ୍ରସ୍ତୁତ କରାଯିବାକୁ ପ୍ରସ୍ତାବ ଦିଆଯାଇଛି । ଲୋକସଭା, ବିଧାନସଭା, ପୌର ଏବଂ ପଞ୍ଚାୟତ ନିର୍ବାଚନକୁ ଏକକାଳୀନ କରାଇବାକୁ ଅନୁଚ୍ଛେଦ ୩୨୪-ଏର ଆରମ୍ଭ କରାଯାଉ । ଏକକ ମତଦାତା ତାଲିକା ଓ ଏକକ ମତତାଦା ଫଟୋ ପରିଚୟ ପତ୍ରକୁ କାର୍ଯ୍ୟକ୍ଷମ କରିବାକୁ ଅନୁଚ୍ଛେଦ ୩୨୫ରେ ସଂଶୋଧନ କରାଯାଉ । ଏହି ରିପୋର୍ଟରେ ପ୍ରଥମ ପର୍ଯ୍ୟାୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ବିଷୟରେ କୁହାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ନଗରପାଳିକା, ପଞ୍ଚାୟତ ନିର୍ବାଚନକୁ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ସହ ଯୋଡିବା ବିଷୟରେ କୁହାଯାଇଛି ।

ସେହିପରି ମତଦାତା ତାଲିକା ପତ୍ରରେ ସଂଶୋଧନର କାମ ରାଜ୍ଯ ନିର୍ବାଚନ କମିଶନଙ୍କ ପ୍ରସ୍ତାବ ଅନୁସାରେ ଭାରତର ନିର୍ବାଚନ କମିଶନ କରନ୍ତୁ ବୋଲି ପ୍ରସ୍ତାବ ଦେଇଛି କମିଟି । ରିପୋର୍ଟ ପ୍ରଦାନ ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିତ ରହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.