ରାଜସ୍ଥାନ: ସରିସ୍କା ଟାଇଗର ରିଜର୍ଭରେ ବଢ଼ିଲା ବାଘ ସଂଖ୍ୟା, ୩ ଛୁଆଙ୍କ ସହ ନଜର ଆସିଲା ବାଘୁଣୀ ST-୧୨

ରାଜସ୍ଥାନର ଅଲୱରରେ ଥିବା ସରିସ୍କା ଟାଇଗର ରିଜର୍ଭରେ ବାଘ ସଂଖ୍ୟା ବୃଦ୍ଧି ପାଇଛି । ବାଘୁଣୀ ST୧୨ ନିଜର ତିନି ଛୁଆଙ୍କ ସହିତ ଦେଖାଦେଇଛି ।

ରାଜସ୍ଥାନର ଅଲୱରରେ ଥିବା ସରିସ୍କା ଟାଇଗର ରିଜର୍ଭରେ ବାଘ ସଂଖ୍ୟା ବୃଦ୍ଧି ପାଇଛି । ବାଘୁଣୀ ST୧୨ ନିଜର ତିନି ଛୁଆଙ୍କ ସହିତ ଦେଖାଦେଇଛି । ଏହି ଛୁଆମାନଙ୍କୁ ମିଶାଇ ଏଠାରେ ବାଘ ସଂଖ୍ୟା ୩୩କୁ ବୃଦ୍ଧି ପାଇଛି । ବନ ବିଭାଗର ଅଧିକାରୀ କହିଛନ୍ତି ଯେ ଛୁଆମାନଙ୍କ ବୟସ ପାଖାପାଖି ତିନି ମାସ ।

ବାଘୁଣୀ ST୧୨ର ବୟସ ପ୍ରାୟ ୧୦ ବର୍ଷ । ଏହି ବାଘୁଣୀ ST୧୦ର ଝିଅ । ଏହା ଏ ପର୍ଯ୍ୟନ୍ତ ୯ଟି ଛୁଆଙ୍କୁ ଜନ୍ମ ଦେଇଛି । ନୂଆ ଶାବକ ଜନ୍ମ ପରେ ସରିସ୍କାରେ ବାଘ ସଂଖ୍ୟା ବଢ଼ି ୩୩ ହୋଇଛି, ଯେଉଁଥିରେ ୧୧ଟି ବୟସ୍କ ବାଘ, ୧୪ଟି ବୟସ୍କ ବାଘୁଣୀ ଏବଂ ୮ଟି ଛୁଆ ଅନ୍ତର୍ଭୁକ୍ତ ଅଛନ୍ତି ।

ସରିସ୍କା ଡିଏଫଓ ମହେନ୍ଦ୍ର ଶର୍ମା କହିଛନ୍ତି, ବାଘୁଣୀ ଏବଂ ତା’ ଛୁଆମାନଙ୍କ ଉପରେ ନଜର ରଖାଯାଉଛି । ଟିମ୍‌ ଲଗାତାର ଭାବେ ସେମାନଙ୍କ ମନିଟରିଂ କରୁଛି । ଏବେ ବାଘୁଣୀ ତାଳ ଗଛ ଅଞ୍ଚଳରେ ବୁଲାବୁଲି କରୁଛି । ସେପଟେ ସରିସ୍କାରେ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ।

କୁହାଯାଉଛି ଯେ ନିଜର ଛୁଆ ହେତୁ ବାଘୁଣୀ ST୧୨ ବନ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲା । ବନ କର୍ମଚାରୀ କୌଣସି ବି ପ୍ରକାରେ ଡ୍ରେନକୁ ଡେଇଁ ନିଜ ଜୀବନ ରକ୍ଷା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.