Below header

ରାଜଧାନୀରେ ସିରିଜ୍ ଚୋରି, କିଏ ଧରାପଡୁଛନ୍ତି ତ କିଏ ଖସି ପଳାଉଛନ୍ତି

ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀରେ ସିରିଜ ଚୋରି । କଳିଙ୍ଗ ବିହାର ଅଞ୍ଚଳରୁ ଦୁଇଟି ଘରୁ କଳାକାନ ବୁଲାଇଲେ ଚୋର। CCTV ରେ ରେକର୍ଡ ହୋଇଛି ଚୋରିର ସମସ୍ତ ଭିଜୁଆଲ୍, ତଥାପି ପୋଲିସ୍ ପାଉନି ଟେର୍। ଏହି ଘଟଣା ଘଟିଛି ଗତ ୫ ତାରିଖ ବିଳମ୍ବିତ ରାତିରେ ।

ସୂଚନା ମୁତାବକ, ଦୁଇ ଜଣ ଚୋର ରାତିରେ ଆସି ଦୁଇଟି ଘରକୁ ଟାର୍ଗେଟ କରିଥିଲେ। ଘରେ କେହି ନଥିବା ବେଳେ ଏହି ଚୋରି ହୋଇଥିଲା। ସିସିଟିଭିରେ ଦୁଇ ଜଣ ଚୋର କିପରି ଲୁଚି କୁଚି ଆସୁଛନ୍ତି, ଏବଂ କିପରି ଦୌଡ଼ି ପକାଉଛନ୍ତି ସେ ସବୁ ରେକର୍ଡ ହୋଇଛି। ତେବେ ଆଖପାଖ ଅଂଚଳର କନଷ୍ଟ୍ରକସନ କାମ ଚାଲିଥିବା ବେଳେ, ସ୍ଥାନୀୟ ଲୋକଙ୍କ ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି ।

ଲୁଟ୍ ର ଶିକାର ହୋଇଥିବା ପରିବାରଙ୍କ କହିବା କଥା ସେମାନେ ବାହାରକୁ ଯାଇଥିଲେ। ପଡିଶା ଘର ଚୋରି ହୋଇଥିବା ଦେଖି ଜାଣିବାକୁ ପାଇଥିଲେ ଯେ ଚୋରି ହୋଇଛି ବୋଲି। ଆନ୍ଯ ଘରର ମାଲିକ କୋଲକତାରେ ଥିବାରୁ ସେ ଆସିନାହାନ୍ତି। ତେବେ ପୋଲିସ CCTV ଦେଖି ଖୋଳତାଡ କରୁଛି।

ସୂଚନା ଥାଉକି, ଭୁବନେଶ୍ୱରରେ ଯୁବତୀଙ୍କଠୁ ମୋବାଇଲ୍‌ ଲୁଟ୍‌ କରି ପଳାଉ ଥିବାବେଳେ ଧରାପଡ଼ିଛି ଦୁର୍ବୃତ୍ତ ।  କିଏଇନ୍‌ଫୋସିଟି ଥାନାଠାରୁ ଅଳ୍ପ ଦୂରରେ ମୋବାଇଲ୍‌ ଲୁଟ୍‌ କରି ଖସି ଯାଉଥିବା ବେଳେ ଶୈଳଶ୍ରୀ ବିହାରରୁ ଧରାପଡିଛନ୍ତି ୨ ଦୁର୍ବୃତ୍ତ। ସେହିଭଳି ରାଜଧାନୀରେ ଭଡାଟିଆଙ୍କ ଘରେ କଳା କନା ବୁଲାଇଛନ୍ତି ଲୁଟେରା । ଦଶାହ କର୍ମରେ ଗାଁକୁ ଯାଇଥିବା ବେଳେ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ନଗଦ ୨୬ ହଜାର ଟଙ୍କା ସହିତ ୧୮ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା, ଏଲିଡି ଟିଭି ଲୁଟି ନେଇଥିବା ଅଭିଯୋଗ ହୋଇଛି।

ଘରେ କେହି ନଥିବାର ସୁଯୋଗ ନେଇ ଘରର ଚାବି ଭାଙ୍ଗି ଲୁଟ୍ କରିଥିଲେ ଲୁଟେରା । ଏଭଳି ଅଭିଯୋଗ ଆସିଛି ମଞ୍ଚେଶ୍ୱର ଥାନା ସମେଇଗାଡ଼ିଆ ଅଞ୍ଚଳରୁ । ଅଭିଯୋଗ ପରେ ଘଟଣା ସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ୍ ପହଁଚି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.