କଟକ କମିଶନରେଟ୍‌ ପୋଲିସ ହାତରେ ସୁନା ଅଳଙ୍କାର ଲୁଟେରା, ବିଭିନ୍ନ ଥାନାରେ ୧୦୦ରୁ ଊର୍ଦ୍ଧ୍ୱ କେସ୍‌

କଟକ(କେନ୍ଯୁଜ୍): କଟକ କମିଶନରେଟ୍‌ ପୋଲିସ ହାତରେ ପେଷାଦାର ଲୁଟେରା । ବାଦାମବାଡି ଥାନା ପୋଲିସ ଜଣେ ସୁନା ଅଳଙ୍କାର ଲୁଟେରାକୁ ଗିରଫ କରିଛି । ଲୁଟେରା ଜଣକ ହେଲେ ହେମନ୍ତ ଦାସ । ତା ନାଁରେ ବିଭିନ୍ନ ଥାନାରେ ୧୦୦ରୁ ଉର୍ଦ୍ଧ୍ୱ ଅପରାଧିକ କେସ୍‌ ରହିଛି ।

ଗତ ୨୯ ତାରିଖରେ ବିକାଶ ନଗର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରୁ ସୁନା ଅଳଙ୍କାର ଲୁଟ କରିଥିଲା ହେମନ୍ତ । ତା ନିକଟରୁ ୬୦ ଗ୍ରାମ ଚୋରି ସୁନା ଜବତ କରାଯାଇଛି । ଏହାସହ ତା ନିକଟରୁ ଚୋରି ସୁନା କିଣିଥିବା ବୈଦ୍ୟନାଥ ସାହୁକୁ ମଧ୍ୟ ଗିରଫ କରିଛି ପୋଲିସ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.