ମଙ୍ଗୁଳା ହୋଇ ରହିଗଲା କନ୍ୟା, ବରଯାତ୍ରୀଙ୍କ ଉପରେ ମାଡିଗଲା ଟ୍ରକ; ୫ ମୃତ, ୯ଗୁରୁତର

କେନ୍ଦୁଝରରେ ବରଯାତ୍ରୀଙ୍କ ଉପରେ ମାଡି ଗଲା ଟ୍ରକ। ଫଳରେ ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ଜଣ ଗୁରୁତର ଅଛନ୍ତି । କନ୍ୟାଘର ସାମ୍ନାରେ ନାଚୁଥିବା ବେଳେ ଚଢିଗଲା ଟ୍ରକ୍ । ୯ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । କେନ୍ଦୁଝର ଟାଉନ ଥାନା ଯୁଡିଆଘାଟି ଷଠୀଘର ନିକଟରେ ଦୁର୍ଘଟଣା ହୋଇଛି ।

କେନ୍ଦୁଝର (କେନ୍ୟୁଜ): କେନ୍ଦୁଝରରେ ବରଯାତ୍ରୀଙ୍କ ଉପରେ ମାଡି ଗଲା ଟ୍ରକ। ଫଳରେ ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ଜଣ ଗୁରୁତର ଅଛନ୍ତି । କନ୍ୟାଘର ସାମ୍ନାରେ ନାଚୁଥିବା ବେଳେ ଚଢିଗଲା ଟ୍ରକ୍ । ୯ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । କେନ୍ଦୁଝର ଟାଉନ ଥାନା ଯୁଡିଆଘାଟି ଷଠୀଘର ନିକଟରେ ଦୁର୍ଘଟଣା ହୋଇଛି ।

ସୂଚନା ଅନୁସାରେ କେନ୍ଦୁଝର ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥର ଷଠିଘରସାହୀ ନିକଟରେ ଘଟିଛି ଏପରି ହୃଦୟ ବିଦାରକ ଦୁର୍ଘଟଣା । ବରଯାତ୍ରୀ ମାନେ ରାତି ପ୍ରାୟ ଗୋଟାଏ ରୁ ଗୋଟାଏ ତିରିଶ ମିନିଟ ସମୟରେ ଡିଜେ ବଜାଇ ରୋଷଣୀ କରି ବରକୁ ନେଇ ଶୋଭାଯାତ୍ରାରେ ଯାଉଥିଲେ। ଝିଅ ଘର ଠାରୁ ମାତ୍ର କିଛି ଦୂରରେ ପହଞ୍ଚିଥିବା ବେଳେ ଜାତୀୟ ରାଜପଥରେ ଯାଉଥିବା ଏକ ଟ୍ରକ ବରଯାତ୍ରୀଙ୍କ ଉପରେ ମାଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ୫ ଜଣଙ୍କ ର ମୃତ୍ୟୁ ହୋଇଯାଇଥିବା ବେଳେ ୯ ଜଣ ଗୁରୁତର ହୋଇ ହୋଇଥିଲେ । ବରର ପୁତୁରା ସହ ଜଣେ ବରଯାତ୍ରୀ ଓ ଷଠିଘର ସାହୀର ତିନି ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ଘଟଣା ସ୍ଥଳରେ ତୁରନ୍ତ ଅଗ୍ନୀଶମ ବାହିନୀ ପହଞ୍ଚି ଗୁରୁତର ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେରେ ଭର୍ତ୍ତି କରିଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାହାର ହାତ ନାହିଁ ତ କାହାର ମୁଣ୍ଡ ନାହିଁ ଫଳରେ ମୃତଦେହକୁ ଚିହ୍ନିବା ମୁସ୍କିଲ ହୋଇପଡିଛି ।

ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା ଏଠାରେ ବାରମ୍ଵାର ଦୁର୍ଘଟଣା ଘଟି ଜୀବନ ଯାଉଥିବାରୁ ଏକ ଓଭରବ୍ରିଜ ଦାବି କରି ସାହି ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ ଓ ମୃତ ଦେହ ଉଠାଇବାକୁ ଦେଇନଥିଲେ । ପୋଲିସ ଓ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା ପରେ ମୃତଦେହ ଗୁଡିକୁ ଘଟଣା ସ୍ଥଳରୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛନ୍ତି ହେଲେ ରାସ୍ତା ଅବରୋଧ ଜାରି ରହିଛି । ଦୁର୍ଘଟଣା ଘଟିବା ପରେ ଘଟଣା ସ୍ଥଳରୁ ବର ଫେରିଯାଇଛି ଫଳରେ କନ୍ୟା ମଙ୍ଗୁଳା ହୋଇ ରହିଯାଇଛି ଓ ଗାଁରେ ଶୋକାକୁଳ ପରିବେଶ ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.