ଦୁର୍ବଳ ହେଲା ବାତ୍ୟା ଅସାନି: ଓଡ଼ିଶାରେ ପଡିନି ବିଶେଷ ପ୍ରଭାବ, ତଥାପି ଆସନ୍ତା ୨୪ ଘଣ୍ଟା ପାଇଁ ୯ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ୍‌) : ଦୁର୍ବଳ ହେଲା ବାତ୍ୟା ଅସାନି । ଆନ୍ଧ୍ର ଉପକୂଳରେ ବାତ୍ୟା ପହଞ୍ଚିବା ସହ ଡିପ୍‌ ଡିପ୍ରେସନ୍‌ ବା ଗଭୀର ଅବପାତରେ ପରିଣତ ହୋଇଛି । ଏବେ ଗଭୀତ ଅବପାତ ମଛଲିପାଟ୍ଟନମରୁ ୨୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି । ଆନ୍ଧ୍ର ଉପକୂଳର ମଛଲିପାଟନମ୍‌ ଓ ନରସପୁର ମଧ୍ୟ ଦେଇ ଅତିକ୍ରମ କରିବା ପ୍ରକ୍ରିୟା ଜାରି ରହିଛି । ଏହି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଗଭୀର ଅବପାତ ନରସପୁରଠାରୁ ୫୦ କିଲୋମିଟର ପଶ୍ଚିମ-ଦକ୍ଷିଣ ପଶ୍ଚିମ ଓ କାକନାଡାଠାରୁ ୧୨୦ କିଲୋମିଟର ପଶ୍ଚିମ-ଦକ୍ଷିଣ ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ରହିଛି । ଗଭୀର ଅବପାତ ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରିବ । ପୁଣି ସମୁଦ୍ର ଭିତରକୁ ଚାଲିଯିବ ଡିପ୍‌ ଡିପ୍ରେସନ୍‌ ।

ଆସନ୍ତାକାଲି ସକାଳେ ଅବପାତରେ ପରିଣତ ହେବ । ବାତ୍ୟା ପ୍ରଭାବରେ ଆନ୍ଧ୍ର ପ୍ରଦେଶ ଉପକୂଳରେ ବର୍ଷା ଚାଲିଛି । ଓଡ଼ିଶାରେ ଏହାର ବିଶେଷ ପ୍ରଭାବ ପଡ଼ିନି । ତେବେ ଆସନ୍ତା ୨୪ ଘଣ୍ଟା ପାଇଁ ଓଡ଼ିଶାର ୯ ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରକୁ ଜାରି ହୋଇଛି ୟେଲୋ ଓ୍ଵାର୍ଣ୍ଣିଂ । ଗତ ୨୪ ଘଣ୍ଟାରେ ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ସ୍ଥାନରେ ହାଲୁକା ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.