ଗ୍ରାହକ ହୋଇ ପସିଲା ଓ ଦେହ ବ୍ୟବସାୟ ଚାଲୁଥିବା OYO ହୋଟେଲରେ ରେଡ଼୍ ମାରିଲା ଭରତପୁର ପୋଲିସ

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀରେ ପୁଣି ସେକ୍ସ ରାକେଟ ଠାବ । ଭରତପୁର ଥାନା ଅଞ୍ଚଳରେ ଏକ OYO ହୋଟେଲ ଦେହ ବେପାର ଚାଲୁଥିବା ସମୟରେ ଗ୍ରାହକ ବେଶରେ ଯାଇ  ଛାପା ମାରିଲା ପୋଲିସ ।

OYO ହୋଟେଲରୁ ୬ ବଙ୍ଗୀୟ ଯୁବତୀଙ୍କୁ  ଉଦ୍ଧାର କରାଯିବା ସହ ୩ ଯୁବକଙ୍କୁ  ଗିରଫ କରାଯାଇଛି। OYO ରୁମରୁ ମୋବାଇଲ, ଟଙ୍କା, ମଦ ଓ ବିପୁଳ ପରିମାଣରେ ଆପତ୍ତିଜନକ ସାମଗ୍ରୀ ଜବତ କରି ଅଧିକ ତଦନ୍ତ ଚଳାଇଛି ଭରତପୁର ପୋଲିସ  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.