Below header

ଆସନ୍ତା ୨୦ରୁ କିଟ୍‌ ଆନ୍ତର୍ଜାତିକ ଛାୟା ଜାତିସଂଘ, କୂଟନୈତିକ ଓ ରାଜନୈତିକ ପ୍ରସଙ୍ଗ ଯୁକ୍ତି ହେବ ଉପସ୍ଥାପନ

ଭୁବନେଶ୍ବର(କେନ୍ୟୁଜ୍):  ଏସିଆର ଅନ୍ୟତମ ଶ୍ରେଷ୍ଠ ଛାୟା ଜାତିସଂଘ କୁହାଯାଉଥିବା କିଟ୍‌ ଆନ୍ତର୍ଜାତିକ ଛାୟା ଜାତିସଂଘର ସପ୍ତମ ସଂସ୍କରଣ ସେପ୍ଟେମ୍ବର ୨୦ ତାରିଖରୁ ଆରମ୍ଭ ହେଉଛି । ତିନି ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା କିଟ୍‌ ଆନ୍ତର୍ଜାତିକ ଛାୟା ଜାତିସଂଘରେ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ଦ୍ୱାରା କୂଟନୈତିକ ଓ ରାଜନୈତିକ ପ୍ରସଙ୍ଗ ଭିତ୍ତିକ ଯୁକ୍ତି ଉପସ୍ଥାପନ କରାଯିବ । ବିଶ୍ୱର ବିଭିନ୍ନ ଅନୁଷ୍ଠାନରୁ ୨୫ ଶହରୁ ଅଧିକ ଛାତ୍ରଛାତ୍ରୀ ଏହି ଛାୟା ଜାତିସଂଘରେ ନାମ ପଞ୍ଜୀକରଣ କରିସାରିଛନ୍ତି ।

୨୩ଟି ଆନ୍ତର୍ଜାତିକ ସହଯୋଗ ଓ ଆନ୍ତର୍ଜାତିକ ପ୍ରତିନିଧିମଣ୍ଡଳ ସମେତ ଚଳିତ ବର୍ଷ କିଟ୍‌ ଆନ୍ତର୍ଜାତିକ ଛାୟା ଜାତିସଂଘରେ ୫ଟି ମହାଦେଶରୁ କାର୍ଯ୍ୟକାରୀ ବୋର୍ଡ ସଦସ୍ୟ ରହିଛନ୍ତି । ଭାରତୀୟ ଷ୍ଟାଣ୍ଡ ଅପ୍‌ କମେଡିଆନ୍‌ ଆବିଶ ମାଥ୍ୟୁ ୨୧ ତାରିଖ ଷ୍ଟାର୍‌ ନାଇଟ୍‌ର ମୁଖ୍ୟ ଆକର୍ଷଣ ରହିଛନ୍ତି । ସୂଚନାଯୋଗ୍ୟ, କିଟ୍‌ ଆନ୍ତର୍ଜାତିକ ଛାୟା ଜାତିସଂଘ ଦିନକୁ ଦିନ ସମଗ୍ର ବିଶ୍ୱରେ ଆଦର ଲାଭ କରିବାରେ ଲାଗିଛି । ଫଳରେ ଦେଶ ବିଦେଶରୁ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରର ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଏହି ଛାୟା ଜାତିସଂଘରେ ଭାରତୀୟ ଛାତ୍ରଛାତ୍ରୀମାନେ ଅନ୍ୟ ଦେଶର ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବାର ସୁଯୋଗ ପାଇବା ସହ ବିଶ୍ୱର ବିଭିନ୍ନ ସମସ୍ୟା ପ୍ରସଙ୍ଗରେ ଆଲୋଚନା କରିବାର ସୁଯୋଗ ପାଇଥାନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.