ଆଉ ଅଳ୍ପ ଦୂରରେ ରହିଛି ବାତ୍ୟା ‘ୟସ୍‌’, ଅନେକ ଜାଗାରେ କରି ସାରିଲାଣି କ୍ଷୟକ୍ଷତି

ଭୁବନେଶ୍ୱର (କେ ନ୍ୟୁଜ୍‌) : ବାତ୍ୟା ୟସ୍‌ ଉତ୍ତର ଓଡ଼ିଶାରେ ତାର କରାଳ ରୂପ ଦେଖାଇ ଚାଲିଛି । ଏବେ ବାଲେଶ୍ୱର ଠାରୁ ଆଉ ମାତ୍ର ୩୦ କିଲୋମିଟର ଦୂରରେ ରହିଛି ଏହି ଭୀଷଣ ବାତ୍ୟା । ତେବେ ବର୍ତ୍ତମାନ ପବନର ଗତି ଟିକେ କମିଛି । ହେଲେ ଆଗାମୀ ତିନି ଚାରିଘଣ୍ଟା ଭିତରେ ଏହା ପୁଣି ବଢ଼ିବ ବୋଲି ବାଲେଶ୍ୱର ଡିଆରଡିଓ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହାର ପ୍ରଭାବ ଅନେକ ଜାଗାରେ ପଡ଼ି ସାରିଲାଣି । ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ବଡାସ ପଞ୍ଚାୟତର ତାହାଳିଆ ଗ୍ରାମରେ ସମୁଦ୍ର ପାଣି ମାଡି ଆସିବାରୁ ୧୦ରୁ ଊର୍ଦ୍ଧ୍ୱ ଲୋକଙ୍କ ପାଣି ଭିତରେ ଫସି ରହିଛନ୍ତି । ସେମାନଙ୍କୁ ଏନ୍‌ଡିଆରଏଫ୍‌ ଟିମ୍‌ ଉଦ୍ଧାର କରିବା ପାଇଁ ଚେଷ୍ଟା ଚଳାଇଛନ୍ତି ।

BLS-2

ବାଲେଶ୍ୱର ଭାସ୍କରଗଞ୍ଜ ଅଞ୍ଚଳରେ ଗଛ ପଡ଼ି ମଣ୍ଟୁ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଏପଟେ ଭଦ୍ରକ ଧାମରା ଅନ୍ତର୍ଗତ ୩ଟି ପଞ୍ଚାୟତର ମୁଖ୍ୟ ରାସ୍ତା ଅବରୋଧ ହୋଇଛି । ବଡ଼ ବଡ଼ ଗଛ ଏବଂ ବିଦ୍ୟୁତ୍ ଖୁଣ୍ଟି ଭାଙ୍ଗି ରାସ୍ତା ଉପରେ ପଡ଼ି ରହିଛି ।

BLS-3

ବାତ୍ୟାର ପ୍ରଭାବ କେତେକାଂଶରେ କେନ୍ଦୁଝର ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ଆନନ୍ଦପୁରରେ ଗଛ ପଡ଼ି ଜଣେ ବୃଦ୍ଧ ଆହତ ହୋଇଛନ୍ତି । ତାଙ୍କୁ ଡାକ୍ତରଖାନା ଅଣାଯାଇ ଚିକିତ୍ସା କରାଯାଉଛି । ସେହିପରି ପାରାଦୀପ ଷଣ୍ଢକୁଦ ବସ୍ତିରେ ଘର ଭାଙ୍ଗିଥିବା ବେଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେସରକାରୀ ସୂତ୍ରରୁ ଜଣାପଡ଼ିଛି ।

ବାତ୍ୟାକୁ ଦୃଷ୍ଟିରେ ରଖି ଗାଡି ଚଳାଚଳ ଉପରେ ଯାଜପୁର ଜିଲ୍ଲା ପ୍ରଶାସନ କଟକଣା ଜାରି କରିଛି । ଫଳରେ ଚଣ୍ଡୀଖୋଲ ଛକରେ ଅଟକି ରହିଛି ଅନେକ ଗାଡି । ବର୍ଷା ଓ ପବନ ସମୟରେ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଥିବା ଦୃଷ୍ଟିରୁ ଗତକାଲି ରାତି ୧୨ଟା ଠାରୁ ଆଜି ଦିନ ୧୨ଟା ପର୍ପ୍ୟନ୍ତ ଜାତୀୟ ରାଜପଥ ଦେଇ କୌଣସି ଗାଡ଼ି ଯାତାୟାତ କରି ପାରିବ ନାହିଁ। କେବଳ ଜରୁରୀ କାଳୀନ ସେବାରେ ନିୟୋଜିତ ଗାଡ଼ି ଯାତାୟାତ କରିପାରିବ।

JAJPUR

ତେଣୁ ଚଣ୍ଡୀଖୋଲ ଠାରୁ ୧୬ ନଂ ଜାତୀୟ ରାଜପଥ ଦେଇ ଵାଲେଶ୍ବର ଆଡ଼କୁ କୌଣସି ଗାଡିକୁ ଛଡା ଯାଉ ନାହିଁ। ଫଳରେ ଚଣ୍ଡୀଖୋଲ ଛକରେ ଅନେକ ଗାଡି ଅଟକି ରହିଛି। ପୋଲିସ ପ୍ରଶାସନ ପକ୍ଷରୁ ଚେକିଂକୁ କଡାକଡି କରାଯାଇଛି।

BHADRAK

ସେହିପରି ଭଦ୍ରକର ତଳିଆ ଅଞ୍ଚଳରେ ପାଣି ପଶି ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.