ଲିଭୁନି ଶିମିଳପାଳ ନିଆଁ, ଜଳିଗଲେଣି ଜୀବଜନ୍ତୁ ଓ ବହୁ ମୂଲ୍ୟର ଗଛ

ଗତ ଫେବ୍ରୁୟାରୀ ମାସରୁ ଅଭୟାରଣ୍ୟରେ ନିଆଁ ଲାଗିଛି । ନିଆଁ ଲିଭାଇବା ପାଇଁ ବନବିଭାଗ କର୍ମଚାରୀ ନିୟୋଜିତ ଥିଲେ ବି ଏଯାଏ କାବୁ ହୋଇନି । ଉତ୍ତର ଶିମିଳିପାଳରେ ୧୨ଟି ପଏଣ୍ଟ ଥିବା ବେଳେ ଦକ୍ଷିଣ ଶିମିଳିପାଳରେ ୧୧ଟି ପଏଣ୍ଟରେ ଲାଗିଛି ନିଆଁ ।

କରଞ୍ଜିଆ (କେନ୍ୟୁଜ); ଲିଭୁନି ଶିମିଳପାଳ ନିଆଁ । ଗତ ଫେବ୍ରୁୟାରୀ ମାସରୁ ଅଭୟାରଣ୍ୟରେ ନିଆଁ ଲାଗିଛି । ନିଆଁ ଲିଭାଇବା ପାଇଁ ବନବିଭାଗ କର୍ମଚାରୀ ନିୟୋଜିତ ଥିଲେ ବି ଏଯାଏ କାବୁ ହୋଇନି । ଉତ୍ତର ଶିମିଳିପାଳରେ ୧୨ଟି ପଏଣ୍ଟ ଥିବା ବେଳେ ଦକ୍ଷିଣ ଶିମିଳିପାଳରେ ୧୧ଟି ପଏଣ୍ଟରେ ଲାଗିଛି ନିଆଁ । ବନ ବିଭାଗ କର୍ମଚାରୀ ଗୋଟିଏ ସ୍ଥାନରେ ନିଆଁ ଲିଭାଇ ଆସିଲା ପରେ ଆଉ ଗୋଟିଏ ସ୍ଥାନରେ ନିଆଁ ଲାଗୁଛି । ଜଳିପୋଡ଼ି ପାଉଁଶ ହେଇଯାଉଛି ଅନେକ ମୂଲ୍ୟବାନ ଗଛ। ନିଆଁ ଓ ଧୂଆଁରେ ଅସ୍ତବ୍ୟସ୍ତ ହୋଇ ଜଙ୍ଗଲୀ ଜନ୍ତୁ ଗାଁ ମୁହାଁ ହେଉଛନ୍ତି ।

ନିଆଁ ବଢି ବଢି ଚାଲିଥିବା ବେଳେ ଲିଭିବାର ନାଁ ନେଉନି । ଏବେଠାରୁ ନିଆଁକୁ ଆୟତ କରାନଗଲେ ଜଙ୍ଗଲରୁ ବହୁ ଗଛ ପୋଡି ନଷ୍ଟ ହୋଇଯିବ । ପ୍ରତିବର୍ଷ ଏହିଭଳି ଜଙ୍ଗଲରେ ନିଆଁ ଲାଗି ବହୁ ଗଛ ପୋଡି ନଷ୍ଟ ହେଉଛି । ଚଳିତବର୍ଷ ମଧ୍ୟ ନିଆଁ ଲାଗି ବ୍ୟାପିବାରେ ଲାଗିଲାଣି । ହେଲେ ଏଥିପ୍ରତି କାହାର ଯେମିତି ନିଘା ନାହିଁ । ଏଠି ପ୍ରଶ୍ନ ଉଠୁଛି ଜଙ୍ଗଲରେ କେମିତି ଲାଗୁଛି ନିଆଁ ? କିଏ ଲଗାଉଛି ଜଙ୍ଗଲରେ ନିଆଁ । ଯାହାକୁ ନେଇ ବନ ବିଭାଗ ମଧ୍ୟ ପଡିଛି ଚିନ୍ତାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.