ପୁଣି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ, ପ୍ରକୃତିର ମଜା ନେବେ ପର୍ଯ୍ୟଟକ

ଶିମିଳିପାଳ ବିକାଶ ପରିଷଦ ପକ୍ଷରୁ ୫ ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଶିମିଳିପାଳ ବନ୍ଦ କରିଥିଲେ । ଯାହା ଫଳରେ ସରକାର କୋଟି କୋଟି ଟଙ୍କା ରାଜସ୍ୱ ହରାଇବା ସହିତ ପର୍ଯ୍ୟଟକ ମାନେ ଶିମିଳିପାଳ ଦେଖିବାରୁ ବଞ୍ଚିତ ହେଉଥିଲେ ।

କରଞ୍ଜିଆ(କେନ୍ୟୁଜ)- ପ୍ରକୃତି ପ୍ରେମୀ ଏବଂ ପର୍ଯ୍ୟଟକ ମାନଙ୍କ ପାଇଁ ଖୁସି ଖବର ଆଜିଠାରୁ ପୁଣି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ଶିମିଳିପାଳ ବିକାଶ ପରିଷଦ ପକ୍ଷରୁ ୫ ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଶିମିଳିପାଳ ବନ୍ଦ କରିଥିଲେ । ଯାହା ଫଳରେ ସରକାର କୋଟି କୋଟି ଟଙ୍କା ରାଜସ୍ୱ ହରାଇବା ସହିତ ପର୍ଯ୍ୟଟକ ମାନେ ଶିମିଳିପାଳ ଦେଖିବାରୁ ବଞ୍ଚିତ ହେଉଥିଲେ । ଗତକାଲି ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ଚହଲା ଛକରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଇଥିଲା । ଏଥିରେ ଯଶିପୁର ବିଧାୟକ ଗଣେଷ ରାମ ସିଂ ଖୁଣ୍ଟିଆ , ଶିମିଳିପାଳ କର୍ତ୍ତୃପକ୍ଷ , ପ୍ରଶାସନିକ ଅଧିକାରୀ ସହିତ ୩ ଟି ଗ୍ରାମପଞ୍ଚାୟତର ୩ ହଜାରରୁ ଉର୍ଦ୍ଧ୍ବ ଲୋକ ଯୋଗ ଦେଇଥିଲେ । ୨୭ ତାରଖରୁ ପୁଣି ପର୍ଯ୍ୟଟକମାନଙ୍କ ପାଇଁ ଖୋଲିବା ପାଇଁ ବୈଠକରେ ନିଷ୍ପତ୍ତି ହେଇଥିଲା । ତେଣୁ ଆଜି ଠାରୁ ପୁଣି ଶିମିଳିପାଳ ଅଭୟାରଣ୍ୟ ଖୋଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.