ଜନ୍ମଦିନ ପାର୍ଟିବେଳେ ବଚସାକୁ ନେଇ ଗୁଳିକାଣ୍ଡ ଘଟଣା: ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

ଝାରସୁଗୁଡା (କେନ୍ୟୁଜ): ହୋଟେଲରେ ଜନ୍ମଦିନ ପାର୍ଟି କରୁଥିବା ସମୟରେ ବଚସା ଓ ଗୁଳିକାଣ୍ଡ ଘଟଣା। ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଝାରସୁଗୁଡ଼ା ଟାଉନ୍‌ ଥାନା ପୋଲିସ। ଆଜି ଝାରସୁଗୁଡା ଟାଉନ ଥାନାରେ ଝାରସୁଗୁଡ଼ା ଏସ୍‌ପି ରାହୁଲ ଜୈନ୍‌ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଗତ ୫ ତାରିଖରେ ଝାରସୁଗୁଡ଼ା ସଦର ଥାନା ସ୍ଥିତ ଏକ ହୋଟେଲରେ ଗୁଳିକାଣ୍ଡ ଘଟିଥିଲା। ହୋଟେଲରେ ଜନ୍ମଦିନ ପାର୍ଟିବେଳେ କୌଣସି କାରଣକୁ ନେଇ ବଚସା ହୋଇଥିଲା। କଥା କଟାକଟି ପରେ ଝଗଡ଼ା ଓ ପରେ ଗୁଳିକାଣ୍ଡ ଘଟିଥିଲା । ପୋଲିସ ଏହି ଘଟଣା ପରେ ବିଭିନ୍ନ ଦିଗକୁ ନେଇ ତଦନ୍ତ କରିଥିଲା। ଘଟଣାରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.