ଜେନାପଦା ଗୁଳିକାଣ୍ଡ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ, ଜବତ ହେଲା ମାଉଜର ଓ ଅଫୁଟା ଗୁଳି

ଆଠଗଡ଼ ପୋଲିସ୍ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ମୁଖ୍ୟ ଅଭିଯୁକ୍ତ ତଥା ପୂର୍ବତନ ଅବସରପ୍ରାପ୍ତ ସୈନିକ ସଦାନନ୍ଦ ଦାସକୁ ଗିରଫ କରାଯାଇଛି।

ଆଠଗଡ଼ (କେନ୍ୟୁଜ): ଜେନାପଦା ଗୁଳିମାଡ଼ ହତ୍ୟା ଘଟଣାରେ ପୋଲିସ୍ କୁ ବଡ ସଫଳତା । ଆଠଗଡ଼ ପୋଲିସ୍ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ମୁଖ୍ୟ ଅଭିଯୁକ୍ତ ତଥା ପୂର୍ବତନ ଅବସରପ୍ରାପ୍ତ ସୈନିକ ସଦାନନ୍ଦ ଦାସକୁ ଗିରଫ କରାଯାଇଛି। ଏଥିସହିତ ଗୁଳିକାଣ୍ଡରେ ବ୍ୟବହୃତ ମାଉଜର ଓ କେତେକ ଅଫୁଟା ଗୁଳି ଜବତ କରାଯାଇଛି। ଏହି ଘଟଣା ପରେ ସଦାନନ୍ଦ ଫେରାର ଥିଲେ।

ସୂଚନାଯୋଗ୍ୟ, ଆଠଗଡ଼ ଥାନା ଅନ୍ତର୍ଗତ ଜେନାପଦା ମଝିସାହିରେ ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ ହୋଇଥିଲା। ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ୮ ରାଉଣ୍ଡ ଗୁଳି ଚଳାଇବାରୁ ଗୋଟିଏ ପରିବାରର ତିନିଜଣ ଗୁରୁତର ଆହତ ହୋଇଥିଲେ। ଆହତ ଦୁଇ ଭାଇ ଓ ପୁତୁରାଙ୍କୁ ପ୍ରଥମେ ଆଠଗଡ଼ ଓ ପରେ ସଂକଟାପନ୍ନ ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିଲା। ଏଥିରେ ଜଣେ ଚିକିତ୍ସାଧିନ ଅବସ୍ତାରେ ମୃତ୍ୟୁ ହୋଇଥିଲା । ପରକିୟା ପ୍ରୀତିର ଭିଡିଓ ଭାଇରାଲ୍କୁ କେନ୍ଦ୍ର କରି ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.