ଆଜିଠୁ ଖୋଲିଲା ଦୋକାନ, ଦୀର୍ଘ ଦୁଇ ମାସ ପରେ ବସ୍‌ ଚଳାଚଳ ହେଲା ଆରମ୍ଭ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଆଜିଠୁ ଲାଗୁ ହୋଇଛି ଜୁଲାଇ ଗାଇଡ୍‌ଲାଇନ୍‌ । ଖୋଲିଛି ସମସ୍ତ ଦୋକାନ । କାଟାଗୋରୀ-Aରେ ଥିବା କମ୍‌ ସଂକ୍ରମିତ ୨୦ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଡ଼ିଛି ବସ୍‌ । ଦୀର୍ଘ ଦୁଇ ମାସ ପରେ ବସ୍‌ ଚଳାଚଳ ଆରମ୍ଭ ହୋଇଛି । ମାତ୍ର କିଛି ସ୍ଥାନରେ ବସ୍‌ ଚଳାଚଳ ହୋଇଛି । ପରିବହନ କହିଛନ୍ତି, ବସ୍‌ ଚଳାଚଳ ପାଇଁ ଆଜି ଜାରି ହେବ ଗାଇଡଲାଇନ । ୨୦ ଜିଲ୍ଲା ଭିତରେ ବସ୍‌ ଚଳାଚଳ ନେଇ ଅନୁମତି ମିଳିବା ପରେ ପୁଣି ଗାଇଡଲାଇନ ଜାରି କରାଯିବ ।

ପରିବହନ ବିଭାଗ ତରଫରୁ ଆରଟିଓ ଓ ବସ ମାଲିକ ସଂଘ ଗୁଡିକୁ ଗାଇଡଲାଇନ ଦିଆଯିବ । ବସରେ ସିଟିଂ କାପାସିଟିରେ ଯାତ୍ରୀ ବସିବେ । ମାସ୍କ ବାଧ୍ୟତାମୂଳକ କରାଯିବ । ଏହାସହ ସବୁଦିନ ସାନିଟାଇଜ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କ୍ୟାଟାଗୋରୀ Bରେ ଏବେ ବସ୍‌ ଚଳାଚଳ କରିବ ନାହିଁ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.