Below header

କଟକ: କରୋନାର ତୃତୀୟ ଲହର ପାଇଁ ୧୪ଟି ଯାକ ବ୍ଲକ ସ୍ତରୀୟ ଚିକିତ୍ସାଳୟରେ କରାଯାଉଛି ସ୍ୱତନ୍ତ୍ର ବ୍ୟବସ୍ଥା

କେନ୍ୟୁଜ୍(ବ୍ୟୁରୋ):  କଟକ ଜିଲ୍ଲାରେ କରୋନାର ତୃତୀୟ ଲହର ପାଇଁ ପ୍ରସ୍ତୁତି ଆରମ୍ଭ । ଶିଶୁଙ୍କୁ ଦିଆଯାଉଛି ଅଧିକ ଗୁରୁତ୍ୱ । ଉଭୟ ଗ୍ରାମାଞ୍ଚଳ ଓ କଟକ ସହରରେ ଆରମ୍ଭ ହୋଇଛି ଯୋଜନା । ଜିଲ୍ଲାର ୧୪ଟି ଯାକ ବ୍ଲକ ସ୍ତରୀୟ ଚିକିତ୍ସାଳୟରେ କରାଯାଉଛି ସ୍ୱତନ୍ତ୍ର ବ୍ୟବସ୍ଥା । ଜୁନ ୩୦ ତାରିଖରୁ ଆରମ୍ଭ ହୋଇଛି ନିମୋକୋକାଲ ଟିକାକରଣ । ଶିଶୁଙ୍କର କୋଭିଡ ଟିକାକରଣ ପୂର୍ବରୁ ଏହା ଆଗାମୀ ଦିନରେ ଶିଶୁଙ୍କ ପାଇଁ ଏକ ସୁରକ୍ଷା କବଚ ହୋଇ ଛିଡା ହେବ ବୋଲି ଆଶା କରାଯାଉଛି ।

କୋଭିଡ ମୁକାବିଲା ପାଇଁ କଟକ ସହରରେ ପାଖାପାଖି ୫୦ ଶିଶୁ ଡାକ୍ତରଙ୍କୁ ନିକଟ ଭବିଷ୍ୟତରେ ସ୍ୱତନ୍ତ୍ର ତାଲିମ ଦିଆଯିବ ବୋଲି କଟକ ମହାନଗର ନିଗମ ପକ୍ଷରୁ କୁହାଯାଇଛି । ୧ ରୁ ୧୪ ବର୍ଷ ବୟସ ଭିତରେ ଶିଶୁଙ୍କ ସଂଖ୍ୟା ରହିଛି ୧୦ ଲକ୍ଷ ୧୫ ହଜାର ୮୬୮ । ସେପଟେ କଟକ ଶିଶୁଭବନକୁ ଡେଡିକେଟେଡ଼ କୋଭିଡ ହସ୍ପିଟାଲରେ ପରିଣତ କରାଯିବ । ଏସସିବି ମେଡିକାଲର ପେଡ଼ିଆଟିକ ବିଭାଗରେ ମଧ୍ୟ କିଛି ପ୍ରସ୍ତୁତି କରାଯାଇପାରେ ବୋଲି ଜଣାପଡିଛି । ଜିଲ୍ଲାରେ ଆସନ୍ତା ୩ ମାସ ଭିତରେ କେବଳ ଶିଶୁମାନଙ୍କ ପାଇଁ ୪ରୁ ୫ଟି ଡେଡିକେଟେଡ଼ କୋଭିଡ ହସ୍ପିଟାଲ ପ୍ରସ୍ତୁତ ପାଇଁ ଯୋଜନା କରାଯାଉଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.