ଟିକ୍‌ଟକ୍‌ ବନ୍ଦ ହେବା ପରେ ସର୍ଟ ଭିଡିଓ ଆପ୍‌ ମୋଜ୍‌ କଲା ଧମାକା, ବର୍ଷକରେ କୋଟିଏରୁ ଅଧିକ ସକ୍ରିୟ ୟୁଜର୍ସ

ନୂଆଦିଲ୍ଲୀ : ଭାରତୀୟ ସୋସିଆଲ୍‌ ମିଡ଼ିଆ କମ୍ପାନୀ ସେୟାର ଚାର୍ଟ ଗତ ବର୍ଷ ଜୁଲାଇ ୧ରେ ଦେଶୀ ସର୍ଟ ଭିଡିଓ ମୌଜ୍‌ ଲଞ୍ଚ୍‌ କରିଥିଲା । ବର୍ଷକ ଭିତରେ ଏହି ଆପ୍‌ ଭଲ ଲୋକପ୍ରିୟତା ହାସଲ୍‌ କରିଛି । ୧୨ କୋଟିରୁ ଉର୍ଦ୍ଧ୍ୱ ୟୁଜର୍ସ ଏବେ ଏହି ଆପ୍‌ ବ୍ୟବହାର କରୁଛନ୍ତି ।

ସେଲିବ୍ରେଟି ବି ବ୍ୟବହାର କରୁଛନ୍ତି ଏହି ଦେଶୀ ଆପ୍‌ :

ସାଧାରଣ ଲୋକଙ୍କ ସହ କେତେକ ସେଲିବ୍ରେଟି ମଧ୍ୟ ଏହି ଆପ୍‌ ବ୍ୟବହାର କରୁଛନ୍ତି । ବଲିଉଡ୍‌ ଷ୍ଟାର ସୋନୁ ସୁଦ୍‌, ଅନନ୍ୟା ପାଣ୍ଡେ, ରିମୋ ଡିସୁଜା ଏବଂ ବୀଜୟ ଦେବେରେକୋଣ୍ଡାଙ୍କ ଭଳି ସେଲିବ୍ରେଟ ମଧ୍ୟ ଏହି ଆପ୍‌ ବ୍ୟବହାର କରୁଛନ୍ତି । ଏହି ଆପ୍‌ରେ ଟେକ୍‌ନିକ୍‌ ଓ କ୍ୟାମେରା ବ୍ୟବହାର ପାଇଁ ଆଗମେଣ୍ଟେଡ ରିୟଲିଟିର ଉପଯୋଗ କରାଯାଇଛି । ଯେଉଁଥିରେ ୟୁଜର୍ସଙ୍କୁ ନିଜର ପ୍ରତିଭା ଦେଖାଇବାକୁ ସୁବିଧା ହେଉଛି ।

moj
photo credit: You Tube

ଏହି ଆପ୍‌ରେ ରହିଛି କୋଟିଏରୁ ଅଧିକ ଗୀତର କପି ରାଇଟ୍‌ :

ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଆପ୍‌ରେ ୧ କୋଟି ୮୦ ଲକ୍ଷରୁ ଉର୍ଦ୍ଧ୍ୱ ଗୀତର କପି ରାଇଟ ରହିଛି । ୟୁଜର୍ସ ନିଜର ମନ ପସନ୍ଦ କୌଣସି ବି ଗୀତ ବାଛି ଭିଡିଓ ବନାଇ ପାରିବେ । ପ୍ରତି ଦିନ ଏହାର ୟୁଜର୍ସଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।

ଚାଇନା ଆପ୍‌ ବନ୍ଦ ହେବା ପରେ ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଆପ୍‌ ନିର୍ମାଣ କରାଯାଇଥିଲା । ଏବେ ଏହା ବହୁତ ଲୋକପ୍ରିୟ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.