ସମୁଦ୍ର କୂଳରୁ ପିଙ୍କ୍‌ କଲର ବିକିନିରେ ସୋନଲ ଚୌହାନ ପୋଷ୍ଟ କଲେ ହଟ୍‌ ଫଟୋ, ପ୍ରଶଂସକ ଦେଖି ତାଜୁବ୍‌

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ସୋନଲ ଚୌହାନ ତାଙ୍କ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ବୋଲ୍ଡ ଓ ହଟ୍‌ ଫଟୋ ସେୟାର କରିଛନ୍ତି । ଯାହାକୁ ଦେଖି ପ୍ରଶଂସକ ଆଖି ଫେରାଇ ପାରୁ ନାହାଁନ୍ତି । ଏହି ଫଟୋସବୁ ସମୂଦ୍ର କୂଳରୁ ନିଆଯାଇଛି । ଏଥିରେ ସୋନଲ ୍‌ପିଙ୍କ୍‌ କଲର ବିକିନିରେ ହଟ୍‌ ପୋଜ୍‌ ଦେଇଛନ୍ତି । ସୋସିଆଲ ମିଡିଆରେ ଏହି ଫଟୋସବୁ ଖୁବ୍‌ ଭାଇରାଲ୍‌ ହୋଇଛି ।

ସୋନଲ୍‌ ଏହି ଫଟୋରେ ଗୋଲାପି ରଙ୍ଗର ବିକିନିରେ ଖୁବ୍‌ ହଟ୍‌ ଲାଗୁଛନ୍ତି । ସୋନମ୍‌ ସର୍ବଦା ଇନ୍‌ଷ୍ଟାଗ୍ରାମରେ ଏପରି ହଟ୍‌ ଫଟୋ ଛାଡ଼ି ଟ୍ରୋଲ ହେବାକୁ ବି ପସନ୍ଦ କରନ୍ତି ।

ସୋନଲଙ୍କ ଏହି ଅନ୍ଦାଜ ତାଙ୍କ ପ୍ରଶଂସକଙ୍କୁ ବି ଖୁବ୍‌ ପସନ୍ଦ ଆସିଥାଏ । ସୋନଲ ତାଙ୍କ ବୋଲ୍ଡ ଲୁକ୍‌ ପାଇଁ ମଧ୍ୟ ଖୁବ୍‌ ଚର୍ଚ୍ଚିତ ଥାଆନ୍ତି । ସୋନଲ ଅଭିନେତା ହେବା ସହ ଗାୟିକା ମଧ୍ୟ । ୨୦୦୮ ରେ ତାଙ୍କର ଫିଲ୍ମ ‘ଜନ୍ନତ’ କୁ ଭଲ ପରିଚୟ ମିଳିଥିଲା ।

The Summer got me dreamin’ 🦢🦢🦢#love #sonalchauhan #summer #beach #missing #bikini #thursday #dreaming #mood pic.twitter.com/AktblhNEYL

— SONAL CHAUHAN (@sonalchauhan7) July 1, 2021

ଏହି ଫିଲ୍ମରେ ତାଙ୍କ ସହ ମୁଖ୍ୟ ଭୂମିକାରେ ଥିଲେ ଇମରାନ୍‌ ହାସମୀ । ଏହାଛଡ଼ା ସୋନଲ ୨୦୧୧ ରେ ଫିଲ୍ମ ‘ ବୁଢ଼ା ହୋଗା ତେରା ବାପ୍‌’ ଏବଂ ୨୦୧୩ ରେ ଫିଲ୍ମ ‘ଉଜ୍ଜୀ’ ରେ ଜବରଦସ୍ତ ଭୂମିକା ନିଭାଇ ଥିଲେ ।

ସୋନଲ ତେଲଗୁ, ତାମିଲ ଓ କନ୍ନଡ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ସୋନଲ ୨୦୦୮ ରେ ରିଲିଜ ହୋଇଥିବା ଫିଲ୍ମ ‘ରେନ୍‌ବୋ’ ରେ ମଧ୍ୟ ଅଭିନୟ କରିଥିଲେ । ୨୦୧୬ ରେ ରିଲିଜ ହୋଇଥିବା ଫିଲ୍ମ ‘ଡିକ୍ଟେଟର’ ରେ ମଧ୍ୟ ତାଙ୍କ ଭୂମିକା ବେଶ୍‌ ଦମ୍‌ଦାର ରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.