Below header

ଶ୍ରୀ ଶ୍ରୀ ନୃସିଂହନାଥଙ୍କ ପୀଠରେ ଲାଗି ହେଲା ପଖାଳ ଭୋଗ

ବରଗଡ଼ : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗନ୍ଧମାର୍ଦ୍ଦନ ପାଦ ଦେଶରେ ଅବସ୍ଥିତ ମହାପ୍ରଭୁ ଶ୍ରୀନୃସିଂହନାଥ ମନ୍ଦିର । ପ୍ରାକୃତିକ ପରିବେଶରେ ଅବସ୍ଥିତ ଏ ପୀଠର ସୌନ୍ଦର୍ଯ୍ୟ ଓ ପରମ୍ପରା ଅନନ୍ୟ । ଗ୍ରୀଷ୍ମ ତାତିରୁ ରକ୍ଷା ପାଇଁ ପ୍ରଭୁଙ୍କ ପାଖରେ ଏବେ ଲାଗି ହେଉଛି ପଖାଳ ଭୋଗ । ବୈଶାଖ ଶକ୍ଳ ଅକ୍ଷୟ ତୃତୀୟା ଠାରୁ ନବମୀ ଯାଏ ପ୍ରଭୁଙ୍କ ପାଖରେ ପଖାଳ ଭୋଗ ଲାଗି କରାଯାଏ । ପଖାଳ ଭୋଗ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଲାଗିଥାଏ ।

nrusinghanath ପରମ୍ପରା ଅନୁସାରେ ଭାତରେ ଟଭାପତ୍ର, କଞ୍ଚା ଆମ୍ବ, ଦହି ଆଦି ପକାଇ ମହାପ୍ରଭୁଙ୍କ ପାଇଁ ପଖାଳ ପ୍ରସ୍ତୁତ ହୋଇଥାଏ । ଏହା ସହ ଥଣ୍ଡା ପାଇଁ ମହାପ୍ରଭୁ ଓ ପାର୍ଶ୍ୱ ଦେବାଦେବୀଙ୍କ ମୁଣ୍ଡରେ ଚନ୍ଦନ ଲେପନ କରି ଓଦା କପଡା ତଥା କଳସୀରେ ପାଣି ରଖାଯାଏ । ଲୋକ ସଂସ୍କୃତି ଓ ଅନନ୍ୟ ପରମ୍ପରାରେ ଭରପୂର ଏହି ପୀଠ ନିଜର ସ୍ୱତନ୍ତ୍ରତା ବାଜୟ ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.