ବାତ୍ୟା ଫନି ପ୍ରଭାବରେ ଭଦ୍ରକ ଜିଲ୍ଳାର ଚାଷୀକୂଳ ପ୍ରଭାବିତ, ଛାରଖାର ହୋଇଯାଇଛି ବହୁ ରବି ଫସଲ

ଭଦ୍ରକ: ପ୍ରଳୟଙ୍କରୀ ବାତ୍ୟା ଫନି ପ୍ରଭାବରେ ଭଦ୍ରକ ଜିଲ୍ଳାର ଚାଷୀକୂଳ ପ୍ରଭାବିତ । ଗତବର୍ଷ ସାଳନ୍ଦୀ ଓ ବୈତରଣୀ ନଦୀରେ ବାରମ୍ବାର ବନ୍ୟା ଆସିବା ଦ୍ୱାରା ଖରିଫ୍‌ ଚାଷ ବାଧାପ୍ରାପ୍ତ ହୋଇଥିଲା । ଫଳରେ ଡାଳୁଅ ଧାନଚାଷ କରି କ୍ଷତି ଭରଣା କରିବାକୁ ଅଶା ରଖିଥିଲେ ଚାଷୀ । ଏବେ ପୁଣି ଫନିର ପ୍ରଭାବରେ ଡାଳୁଅ ଧାନ ଜମିରେ ପାଣି ଜମି ଧାନ ସବୁ ଗଜା ହୋଇଯାଇଛି । ଏନେଇ ଚାଷୀ ମୁଣ୍ଡରେ ଚଡ଼କ ପଡିଛି । ଋଣ ପିକରି ସୁଝିବେ ? ପରିବାର କେମିତି ଚଳାଇବେ ସେନେଇ ଚାଷୀମାନେ ଚିନ୍ତାରେ ପଡିଛନ୍ତି ।

fulaସେହିପରି ସୂର୍ଯ୍ୟମୁଖୀ ଫୁଲ ଚାଷୀଙ୍କ ଅବସ୍ଥା ମଧ୍ୟ ବେହାଲ । ଫନି ପ୍ରଭାବରେ ଫୁଲ ସବୁ ନଷ୍ଟ ହୋଇଯାଇଛି । ଶହ ଶହ ହେକ୍ଟର ସୂର୍ଯ୍ୟମୁଖୀ ଗଛ ଶୋଇଯାଇଛି । ଚଳିତ ବର୍ଷ ଭଲ ଅମଳ କରି ବେଶ୍‌ ଦୁଇ ପଇସା ରୋଜଗାର ଆଶା ରଖିଥିବା ଚାଷୀ ଏବେ ନିଜ ଜୀବିକାକୁ ନେଇ ଚିନ୍ତାରେ । ଚାଷର କ୍ଷୟକ୍ଷତି ଆକଳନ କରିବାକୁ କେହି ପହଞ୍ଚିନଥିବା ଅଭିଯୋଗ ହୋଇଥିବା ବେଳେ କୃଷି ଉପନିର୍ଦ୍ଦେଶକ କହିଛନ୍ତି ତଦନ୍ତ ପାଇଁ ଟିମ୍‌ ପଠାଯାଇଛି । ତୁରନ୍ତ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଦାବି କରିଛନ୍ତି ଚାଷୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.