Below header

ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଥିବା ୫ଟି ସାହିରୁ ୧୫.୧୯୧ ଏକର ଜମି ଅଧିଗ୍ରହଣ ପାଇଁ ବିଜ୍ଞପ୍ତି ପ୍ରକାଶ

ପୁରୀ(କେନ୍ୟୁଜ୍): ପୁରୀ ଶ୍ରୀମନ୍ଦିର ଚାରିପାଖର ନିରାପତ୍ତା ବଳୟର ଉନ୍ନତିକରଣ ନେଇ ଜମି ଅଧିଗ୍ରହଣ ଓ ସର୍ବେକ୍ଷଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜସ୍ୱ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଥିବା ୫ଟି ସାହିରୁ ସମୁଦାୟ ୧୫ ଏକର ୧୯୧ ଡିସମିଲ୍‌ ଜମି ଅଧିଗ୍ରହଣ କରାଯିବ। ଏହା ଭିତରେ ୧୨ ଏକର ୫୪୪୫ ଡିସମିଲ୍‌ ବେସରକାରୀ ଜମି ଥିବା ବେଳେ ୨ ଏକର ୬୪୬୫ ଡିସମିଲ୍‌ ସରକାରୀ ଜମି ରହିଛି। ବାସେଳି ସାହି, ମଣିକର୍ଣ୍ଣିକା ସାହି, କାଳିକା ଦେବୀ ସାହି, ଦୋଳମଣ୍ଡପ ସାହି ଓ ଚୁଡଙ୍ଗ ସାହିରୁ ଜମି ଅଧିଗ୍ରହଣ ହେବ। ଚୁଡଙ୍ଗ ସାହିରୁ ସର୍ବାଧିକ ୩.୮ ଏକର, ବାସେଳି ସାହିରୁ ୩.୦୨, ମଣିକର୍ଣ୍ଣିକା ସାହିରୁ ୩.୬୨, ଦୋଳମଣ୍ଡପ ସାହିରୁ ସର୍ବନିମ୍ନ ୦. ୦୭୭ ଏକର, କାଳିକା ଦେବୀ ସାହିରୁ ୧.୯୫ ଏକର ବେସରକାରୀ ଜମି ଅଧିଗ୍ରହଣ ହେବ । ସେହିପରି ଚୁଡଙ୍ଗ ସାହିରୁ ସର୍ବାଧିକ ୧.୨୮ ଏକର ସରକାରୀ ଜମି ଅଧିଗ୍ରହଣ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଏହାକୁ କାର୍ଯ୍ୟକାରୀ କରିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଭୂ-ଅର୍ଜନ ଆଇନ ୨୦୧୩ ଅନୁଯାୟୀ, ପ୍ରାଥମିକ ସର୍ବେକ୍ଷଣ କରାଯିବ। ନବକୃଷ୍ଣ ଚୌଧୁରୀ ସେଣ୍ଟର ଫର ଡେଭଲପମେଣ୍ଟ ଷ୍ଟଡିଜ୍‌ ପକ୍ଷରୁ ସର୍ବେକ୍ଷଣ ହେବ। ଏ ନେଇ ପ୍ରଭାବିତ ଲୋକଙ୍କ ମତାମତ ସହ ଜନ ଶୁଣାଣି କରାଯାଇ ସର୍ବେକ୍ଷଣ କରାଯାଇ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.