Below header

ପୁରାଣ ପ୍ରସିଦ୍ଧ ଶୈବ ପୀଠ ଯାଜପୁରର ସିଦ୍ଧେଶ୍ୱର ମନ୍ଦିର, ଅବହେଳା ଯୋଗୁଁ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ

ଯାଜପୁରର ପ୍ରାଚୀନ ଶୈବ ପୀଠ ଭାବେ ରହିଛି ସିଦ୍ଧେଶ୍ୱର ମନ୍ଦିର । ଏହି ପୀଠଟି ପୂଣ୍ୟତୋୟା ବୈତରଣୀ ତଟରେ ଅବସ୍ଥିତ । ଏକ ପୂଣ୍ୟକ୍ଷେତ୍ର ହୋଇଥିବାରୁ ଏହି ପୀଠର ପରଲୋକ ଗତ ବ୍ୟକ୍ତିଙ୍କର ଅସ୍ଥି ବିସର୍ଜନ କରାଯାଏ । କୁହାଯାଏ, ତ୍ରିବେଣୀ ସଂଗମ ଓ ଗଙ୍ଗା ଘାଟ ଭଳି ଏଠାରେ ମଧ୍ୟ ଅସ୍ଥି ବିସର୍ଜନ କରାଗଲେ ମୃତବ୍ୟକ୍ତି ମୋକ୍ଷ ପାଇଥାନ୍ତି ।

4କିମ୍ବଦନ୍ତୀ ଅନୁସାରେ ଶ୍ରୀକୃଷ୍ଣଙ୍କ ପୁତ୍ର ପ୍ରଦ୍ୟୁମ୍ନ ଏହି ଠାରେ ତପସ୍ୟା କରି ସିଦ୍ଧିପ୍ରାପ୍ତ କରିଥିବାରୁ ଏହି ପୀଠର ନାଁ ସିଦ୍ଧେଶ୍ୱର ହୋଇଛି । ସ୍କନ୍ଦପୁରାଣରେ ଏକଥାର ବର୍ଣ୍ଣନା ଅଛି ।
ତେବେ ଏତେ ସବୁ ପୌରାଣିକ ମହତ୍ୱ ରଖିଥିବା ପୀଠଟି ଏବେ କିନ୍ତୁ ଅବହେଳିତ ଅବସ୍ଥାରେ ପଡି ରହିଛି । ଅନେକ ପୌରାଣିକ ଏବଂ ଐତିହାସିକ ମହତ୍ତ୍ୱ ରଖୁଥିବା ଯାଜପୁର ବା ବିରଜାକ୍ଷେତ୍ରକୁ ସବୁ ଦିନେ ଛଟି ଆସନ୍ତି ଭକ୍ତ । ମା ବିରଜାଙ୍କ ଦର୍ଶନ ପାଇଁ । ନାଭିଗୟାରେ ପିଣ୍ଡି ଦେବା ପାଇଁ ।

7

ଆଉ ପବିତ୍ର ସିଦ୍ଧେଶ୍ୱର ଠାରେ ଅସ୍ଥି ବିସର୍ଜନ ପାଇଁ । ଯାଜପୁର ଟାଉନ୍‌ ଠାରୁ ମାତ୍ର ଚାରି ପାଞ୍ଚ କିଲୋମିଟର ଦୂରରେ ଥିବା ଏହି ମନ୍ଦିର ଅନେକ ସମସ୍ୟା ଭିତରେ । ମୁଖ୍ୟ ମନ୍ଦିରର ପାର୍ଶ୍ୱରେ ରହିଥିବା ମନ୍ଦିର ଗୁଡିକ ଜରାଜୀର୍ଣ୍ଣ ହୋଇପଡି ରହିଛି ।
ଦଶରଥପୁର ବ୍ଲକ ତଳିହା ପଂଚାୟତ ଅଧୀନରେ ଠିକ୍‌ ବୈତରଣୀ ନଦୀ କୂଳରେ ରହିଛି ଏହି ପୁରାଣ ପ୍ରସିଦ୍ଧ ସିଦ୍ଧେଶ୍ୱର ମନ୍ଦିର। ଏହି ପୀଠରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ସୁପୁତ୍ର ପ୍ରଦ୍ୟୁମ୍ନ ତପସ୍ୟା କରି ସିଦ୍ଧିପ୍ରାପ୍ତି କରିଥିବାର ବିଶ୍ୱାସ ରହିଛି । ପ୍ରଦ୍ୟୁମ୍ନ ଏହି ଠାରେ ତପସ୍ୟା କରୁଥିବାରୁ ବୈତରଣୀ ନଦୀ ଏଠାରୁ ଉତ୍ତର ଦିଗକୁ ପ୍ରବାହିତ ହେଉଛି ।

2

ସେଥି ଲାଗି ଏହି ପୀଠଟି ଅସ୍ଥି ବିସର୍ଜନ ପାଇଁ ଅତ୍ୟନ୍ତ ପୂଣ୍ୟସ୍ଥାନ ବୋଲି କୁହାଯାଏ । କିନ୍ତୁ ଏତେ ସବୁ ପୈରାଣିକ ଇତିହାସ ଥିବା ସତ୍ୱେ ଦୀର୍ଘ ଦିନ ଧରି ଏହି ପୀଠଟି ଅବହେଳିତ ହୋଇପଡିରହିଛି । ଫଳରେ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

3ସିଦ୍ଧେଶ୍ୱର ପୀଠ ସଂପର୍କରେ ପୁରାଣରେ ବର୍ଣ୍ଣିତ ଥିବାରୁ ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଶ୍ରଦ୍ଧାଳୁ ଆସିଥାନ୍ତି । ପ୍ରତିବର୍ଷ ଅଶୋକାଷ୍ଟମୀରେ ଏଠାରେ ଏକ ବିରାଟ ମେଳାର ଆୟୋଜନ ହୋଇଥାଏ । ପିତୃପୁରୁଷଙ୍କ ଅସ୍ଥି ବିସର୍ଜନ କରିବା ପାଇଁ କାହିଁ କେଉଁଠାରୁ ଛୁଟି ଆସୁଛନ୍ତି ଶ୍ରଦ୍ଧାଳୁ । ଗୋଟିଏ ପଟେ ରକ୍ଷଣା ବେକ୍ଷଣର ଅଭାବ ଯୋଗୁଁ ମନ୍ଦିରଟି ସମ୍ପୂର୍ଣ୍ଣ ଜରାଜୀର୍ଣ୍ଣ ହୋଇପଡିଥିବା ବେଳେ ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ । ଏମିତିକି ପ୍ରତି ବର୍ଷ ବନ୍ୟା ଆସିଲେ ନଦୀ ଜଳ ମନ୍ଦିର ଭିତରେ ପ୍ରବେଶ କରେ । ଆଉ ପଟୁ ମାଟି ଓ କାଦୁଅରେ ଭର୍ତ୍ତି ହୋଇଯାଏ ।

5ସେପଟେ ଏହି ପୀଠର ଉନ୍ନତି କରଣ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେଉଥିବା କହିଛନ୍ତି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ । ପ୍ରାଚୀନ ଐତିହ ଓ କୀର୍ତ୍ତିରାଜିର ସୁରକ୍ଷା ଏବଂ ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଯାଜପୁର ସିଦ୍ଧେଶ୍ୱର ପୀଠର ବିକାଶ ପାଇଁ କେବେ ସରକାରଙ୍କ ଦୃଷ୍ଟି ପଡିବ ତାହା ଦେଖିବାକୁ ବାକି ରହିଲା।

ଯାଜପୁର ଟାଉନ୍‌ରୁ ଦେବାଶିଷ ସାହୁ, କେ ନ୍ୟୁଜ୍‌ ଓଡ଼ିଶା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.