Below header

ପୁରୀ ସ୍ୱର୍ଗଦ୍ୱାରରେ କଣ୍ଠ ଶିଳ୍ପୀ ଶାନ୍ତିଲତା ବାରିକଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ, ବଡପୁଅ ଦେଲେ ମୁଖାଗ୍ନି

ପୁରୀ ସ୍ୱର୍ଗଦ୍ୱାରରେ ବିଶିଷ୍ଟ କଣ୍ଠ ଶିଳ୍ପୀ ଶାନ୍ତିଲତା ବାରିକଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛ । ବଡପୁଅ ଅଭିନାଶ ଛୋଟରାୟ ଦେଲେ ମୁଖାଗ୍ନି l ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି ।

ପୁରୀ (କେନ୍ୟୁଜ): ପୁରୀ ସ୍ୱର୍ଗଦ୍ୱାରରେ ବିଶିଷ୍ଟ କଣ୍ଠ ଶିଳ୍ପୀ ଶାନ୍ତିଲତା ବାରିକଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛ । ବଡପୁଅ ଅଭିନାଶ ଛୋଟରାୟ ଦେଲେ ମୁଖାଗ୍ନି ।  ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି । ଗତକାଲି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ସ୍ୱାମୀ ବସନ୍ତ କୁମାର ଛୋଟରାୟ ଏହି ସୂଚନା ଦେବା ପରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ଦୀର୍ଘଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ଶାନ୍ତିଲତା ବାରିକ। ଦୀର୍ଘ ଦଶନ୍ଧିର ସଙ୍ଗୀତ ସାଧାନାରେ ସେ ବିଶେଷ ଭାବେ ଭଜନ ପାଇଁ ବେଶ ଲୋକପ୍ରିୟତା ହାସଲ କରିଥିଲେ । ଜଗନ୍ନାଥଙ୍କ ଭଜନ ଓ ଜଣାଣ ଗାଇବାରେ ତାଙ୍କର ବେଶ ସୁଖ୍ୟାତି ଥିଲା ।

ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କଳାଜଗତ ସହ ଜଡିତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ପ୍ରମୁଖ ଟ୍ବିଟ କରି ଶୋକବ୍ୟକ୍ତ କରିବା ସହ ଦିବଙ୍ଗତ ଆତ୍ମାର ସଦଗତି କାମନା କରିଛନ୍ତି । ତାଙ୍କର ଦେହାନ୍ତ କଳାଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.