ଆଇପିଏଲ୍‌ ୨୦୨୪ : ପୁଣି ସୁରକ୍ଷାରେ ତ୍ରୁଟି, ମ୍ୟାଚ୍‌ ମଝିରେ ରୋହିତଙ୍କୁ କୁଣ୍ଢାଇ ପକାଇଲେ ଫ୍ୟାନ୍‌

ରାଜସ୍ଥାନ ରୟାଲ୍ସ ବ୍ୟାଟିଂ କରୁଥିବା ସମୟରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ଫିଲ୍ଡିଂ କରୁଥିଲା । ଏହି ସମୟରେ ଜଣେ ଫ୍ୟାନ୍‌ ମଇଦାନକୁ ଦୌଡି ଆସି ରୋହିତଙ୍କୁ କୁଣ୍ଢାଇ ପକାଇଥିଲେ । ଫ୍ୟାନ୍‌ ଜଣ ଧଳା ଶାର୍ଟ ଏବଂ ଜିନ୍ସ ପିନ୍ଧି ରୋହିତଙ୍କ ଆଡକୁ ଦୌଡି କୁଣ୍ଢାଇ ପକାଇଥିଲେ ।

ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ରାଜସ୍ଥାନ ରୟାଲ୍ସ ଠାରୁ ୬ ଓ୍ଵିକେଟରେ ହାରିବା ସହ ୩ଟି ଯାକ ମ୍ୟାଚ୍‌ ହାରିସାରିଛି । ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚରେ ମଜାଦାର ଘଟଣା ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଜଣେ ଫ୍ୟାନ୍‌ ସୁରକ୍ଷାବଳୟ ଭାଙ୍ଗି ମଇଦାନକୁ ପସି ଆସି ରୋହିତ ଶର୍ମାଙ୍କୁ କୁଣ୍ଢାଇ ପକାଇଥିଲେ ।

ରାଜସ୍ଥାନ ରୟାଲ୍ସ ବ୍ୟାଟିଂ କରୁଥିବା ସମୟରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ଫିଲ୍ଡିଂ କରୁଥିଲା । ଏହି ସମୟରେ ଜଣେ ଫ୍ୟାନ୍‌ ମଇଦାନକୁ ଦୌଡି ଆସି ରୋହିତଙ୍କୁ କୁଣ୍ଢାଇ ପକାଇଥିଲେ । ଫ୍ୟାନ୍‌ ଜଣ ଧଳା ଶାର୍ଟ ଏବଂ ଜିନ୍ସ ପିନ୍ଧି ରୋହିତଙ୍କ ଆଡକୁ ଦୌଡି କୁଣ୍ଢାଇ ପକାଇଥିଲେ । ରୋହିତଙ୍କୁ କୁଣ୍ଢାଇବା ପରେ ଫ୍ୟାନ୍‌ ଜଣକ ଈଶାନ କିଶନଙ୍କ ସହିତ ହାତ ମିଶାଇଥିଲେ । ଏହାପରେ ଦୌଡିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଫ୍ୟାନଙ୍କୁ ସୁରକ୍ଷାକର୍ମୀ ଧରି ବାହାରକୁ ନେଇଯାଇଥିଲେ ।

ୱାଙ୍ଖଡେରେ ଖେଳା ଯାଉଥିବା ଏହି ମ୍ୟାଚରେ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ । ମୁମ୍ବାଇ ପ୍ରଥମେ ବ୍ୟାଟିଂ ଆରମ୍ଭ କରି ପ୍ରାରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ପ୍ରଥମ ଓଭରରେ ଦୁଇ ବ୍ୟାଟର ରୋହିତ ରୋହିତ ଓ ନମନ ଖାତା ଖୋଲିପାରି ନଥିଲେ । ବୋଲ୍ଟଙ୍କ ବଲ୍ ଆଗରେ ମୁମ୍ବାଇର ଷ୍ଟାର ବ୍ୟାଟରଙ୍କ ବ୍ୟାଟ୍ କାମ କରିପାରିନଥିଲା । ନମନଙ୍କ ପରେ ପରେ ଦେୱାଲଦ ବ୍ରେଭିସଙ୍କୁ ବି ଆଉଟ୍ କରାଇ ନେଇଥିଲେ ବୋଲ୍ଟ। ବ୍ରେଭିସ ମଧ୍ୟ ଖାତା ଖୋଲି ପାରିନଥିଲେ । ଦଳ ମାତ୍ର ୨୦ ରନ୍ କରିଥିବା ବେଳେ ୪ ୱିକେଟ୍ ହରାଇ ସାରିଥିଲା । ଏହି ତିନି ବ୍ୟାଟରଙ୍କ ପରେ ଓପନର ଇଶାନ କିଶାନ ମଧ୍ୟ ୧୬(୧୪) ରନ୍ କରି ଆଉଟ୍ ହୋଇଯାଇଥିଲେ ।

ଏହାପରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତିଲକ ବର୍ମାଙ୍କ ଭାଗିଦାରୀରେ ଦଳ ୫୬ ରନ୍ ସଂଗ୍ରହ କରିଥିଲା । ନିର୍ଦ୍ଧାରିତ ୨୦ ଓଭରରେ ଦଳ ୯ ୱିକେଟ୍ ହରାଇ ମାତ୍ର ୧୨୫ ରନ୍ କରିଥିଲା । ୧୨୬ ରନର ଟାର୍ଗେଟକୁ ପିଛା କରି ମଇଦାନକୁ ଓହ୍ଲାଇଥିବା ରାଜସ୍ଥାନ ରୟାଲ୍ସ ଅତି ସହଜରେ ବିଜୟୀ ହୋଇଛି । ଦଳ ଆଉ ୨୭ ବଲ୍ ବାକି ଥାଇ ଟାର୍ଗେଟ ପୂରଣ କରିନେଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.