Below header

ଯାଜପୁର : ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରକ୍‌, ଭଉଣୀ ମୃତ ଓ ଭାଇ ଗୁରୁତର

ଯାଜପୁର (କେନ୍ୟୁଜ୍‌) : ଜେନାପୁର ଥାନା ଅଧୀନ ୫୩ ନମ୍ବର ଜାତୀୟ ରାଜପଥ ଚଢେଇଧରା ତଳ ଛକରେ ଦୁର୍ଘଟଣା । ବାଇକ ପଛ ପଟୁ ଏକ ଟ୍ରକ୍‌ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ଅନୁସାରେ ବାଇକ୍‌ରେ ଭଉଣୀକୁ ବସାଇ ଭାଇ ଯାଉଥିଲା । ଆଜି ସନ୍ଧ୍ୟାରେ ଉଭୟ ଏକ ବାଇକ ଯୋଗେ କବାଟବନ୍ଧ ଅଭିମୁଖେ ଯାଉଥିବା ସମୟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଟ୍ରକ୍‌ଟି ସେମାନଙ୍କ ପଛପଟୁ ଧକ୍କା ଦେବା ଫଳରେ ସେମାନେ ଛିଟିକି ପଡ଼ିଥିଲେ । ଘଟଣାସ୍ଥଳରେ ଭଉଣୀର ମୃତ୍ୟୁ ହୋଇଥିବା ବେଳେ ଭାଇ ଗୁରୁତର ଆହତ ହୋଇଛନ୍ତି। ଏହି ଭାଇ ଭଉଣୀ ସ୍ଥାନୀୟ କବାଟବନ୍ଧ ଅଂଚଳର ବୋଲି ସୂଚନା ମିଳିଛି। ଖବର ପାଇ ଘଟଣାସ୍ଥଳରେ ଜେନାପୁର ପୋଲିସ ପହଞ୍ଚି ଟ୍ରକକୁ ଜବତ କରି ତଦନ୍ତ ଜାରି ରଖିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.