ଯୁବ ପ୍ରତିଭାଙ୍କ ପାଇଁ ବାଟ ଖୋଲୁଛି ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ହାଇ ପରଫରମାନ୍ସ ସେଣ୍ଟର

ଭୁବନେଶ୍ୱର (କେନ୍ୟୁଜ୍‌) : ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ହାଇ ପରଫରମାନ୍ସ ସେଣ୍ଟର ବା HPCର ଆଜି ଗ୍ରେଡ୍ ପ୍ରଦର୍ଶନୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଓଡ଼ିଶା ସରକାର ଏବଂ ରିଲାଏନ୍ସ ଫାଉଣ୍ଡେସନ ମିଳିତ ପ୍ରୟାସରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଛି । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାର ମୂଳ ଲକ୍ଷ୍ୟ ହେଉଛି ଆଥଲେଟ୍‌ମାନଙ୍କର ପ୍ରତିଭା ପ୍ରଦର୍ଶନ ସହ ପ୍ରତିଯୋଗିତାମୂଳକ ସୁଯୋଗ ପ୍ରଦାନ କରିବା ।

RL-1

ଓଡିଶାର ୨୮୯ରୁ ଅଧିକ ବାଳକ ବାଳିକା ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଯେଉଁଥିରେ ମୋଟ ୧୬ଟି ଶୃଙ୍ଖଳା ରହିଥିଲା । ସେପଟେ ଏହି ପ୍ରତିଯୋଗିତାରେ ୧୫ ଜଣ ଆଥଲେଟିକ ମଧ୍ୟ ଅଂଶଗ୍ରହଣ କରିଥିଲେ । ଆଗକୁ ବଡ ବଡ ଇଭେଣ୍ଟ ଆୟୋଜିତ ହେବାକୁ ଯାଉଥିବା ବେଳେ ଏଭଳି ପ୍ରତିଯୋଗିତା ନିଶ୍ଚିତ ରୂପରେ ଭଲ ଖେଳ ପ୍ରଦର୍ଶନ କରିବରେ ସହାୟକ ହେବ । ଏହା କହିଛନ୍ତି ଅନ୍ତର୍ଜାତୀୟ ଆଥଲେଟ୍‌ ପୂର୍ଣ୍ଣିମା ହେମ୍ବ୍ରମ କହିଛନ୍ତି । ସେପଟେ ରିଲାଏନ୍ସ ଫାଉଣ୍ଡେସନ୍ ଆଥଲେଟିକ୍ସ ନିର୍ଦ୍ଦେଶକ ମଧ୍ୟ ଓଡିଶା ଖେଳାଳିମାନଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଓଡ଼ିଶାରେ ବହୁତ ପ୍ରତିଭା ଭରି ରହିଛି । ଆଗକୁ ରିଲେ ଓ ପୋଲ ଭଲ୍‌ଟ, ଭଲି ଖେଳରେ ଓଡ଼ିଶାର ଦକ୍ଷତା ବୃଦ୍ଧି ଉପରେ ମଧ୍ୟ ଆମ ଅନୁଷ୍ଠାନ କାର୍ଯ୍ୟ କରିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.