ଶରୀରରେ ଅକ୍ସିଜେନ ଲେବଲ ବଢ଼ାଇବା ପାଇଁ କରନ୍ତୁ ଏହି ଟିପ୍ସର ବ୍ୟବହାର

ଦିନକୁ ଦିନ ବାୟୁର ଗୁଣ ଖରାପ ହୋଇ ଚାଲିଛି । ଯେଉଁଥିପାଇଁ ହୃଦୟ ଓ ଫୁସଫୁସରେ ଖରାପ ପ୍ରଭାବ ପକାଇ ଥାଏ । ଲୋକେ ବିଷାକ୍ତ ପବନ ଗ୍ରହଣ କରୁଥିବାରୁ ଶରୀରରେ ଅକ୍ସିଜେନ ଅଭାବ ଦେଖାଯାଇଥାଏ । ଶରୀରରେ ଅକ୍ସିଜେନ ଅଭାବରୁ ଶ୍ୱାସ ନେବାରେ ଅସୁବିଧା ଦେଖାଦେଇଥାଏ । ଭ୍ରମ ଅବସ୍ଥା ସୃଷ୍ଟି ହୋଇଥାଏ । ଦୁର୍ବଳ ଲାଗିବା ସହ ଶରୀର ନୀଳ ପଡିଯାଇଥାଏ । ଯଦି ଆପଣଙ୍କ ଶରୀରରେ ଏପରି ଲକ୍ଷଣ ଦେଖାଦିଏ,ତେବେ ଅକ୍ସିଜେନ ଲେବଲ ବଢ଼ାଇବା ପାଇଁ ଏହି ଟିପ୍ସ ଜରୁର ଆପଣାନ୍ତୁ ।

ଅକ୍ସିଜେନ ଲେବଲ ବଢ଼ାଇବା ପାଇଁ ଟିପ୍ସ

୧. ଅଧିକ ପାଣି ପିଅନ୍ତୁ

ହେଲ୍ଧ ଏକ୍ସପର୍ଟଙ୍କ ମତରେ ଶରୀରରେ ଅକ୍ସିଜେନ ଲେବଲ ବଢ଼ାଇବା ପାଇଁ ପ୍ରତ୍ୟେକ ଦିନ ଅଧିକ ପାଣି ପିଅନ୍ତୁ । ଏଥିପାଇଁ ଦିନକୁ ଅତି କମରେ ୩ ଲିଟର ପାଣି ପିଅନ୍ତୁ । ଅଧିକ ମାତ୍ରାରେ ପାଣି ପିଇବା ଦ୍ୱାରା କୋଷ ନିକଟରେ ଅକ୍ସିଜେନ ପହଞ୍ଚିଥାଏ ।

୨. ଖଜୁରୀ ଖାଆନ୍ତୁ

ଖଜୁରୀ ସ୍ୱାସ୍ଥ୍ୟ ପାଇଁ ଔଷଧ ଭଳି କାମ କରିଥାଏ । ଏଥିରେ ସେଲେନିୟମ, କାମ୍ଫର, ଫସଫରସ,କ୍ୟାଲସିୟମ, ଆଇରନ, ପଟାସିୟମ,ମାଗ୍ନେସିୟମ,ଭିଟାମିନ ଓ ମିନେରାଲ୍ସ ମିଳିଥାଏ । ଏହାର ସେବନ ଦ୍ୱାରା ଶରୀରରେ ଅକ୍ସିଜେନ ଅଭାବ ଦୂର ହୋଇଥାଏ । ଫଳରେ ଉଚ୍ଚ ରକ୍ତଚାପ କଣ୍ଟ୍ରୋଲରେ ରହିଥାଏ ।

୩. ବ୍ରିଦିଂ ଏକ୍ସରସାଇଜ

ଶରୀରରେ ଅକ୍ସିଜେନ ବଢ଼ାଇବା ପାଇଁ ପ୍ରତିଦିନ ସ୍ପାଇନାଲ ବ୍ରିଦିଂ ଏକ୍ସରସାଜ କରନ୍ତୁ । ଏହି ଏକ୍ସରସାଇଜକୁ ବସି କରି ମଧ୍ୟ କରାଯାଇଥାଏ । ଏହାକୁ କରିବା ଦ୍ୱାରା ଇମ୍ୟୁନି ସିଷ୍ଟମ ଦୃଢ଼ ହୋଇଥାଏ । ଶରୀରରେ ଅକ୍ସିଜେନ ମାତ୍ରା ବଢ଼ିଥାଏ ।

୪. ତାଡାସନ କରନ୍ତୁ

ଏକ ଗବେଷଣାରୁ ଜଣାପଡିଛି ଯେ ତାଡାସନ କରିବା ଦ୍ୱାରା ଶ୍ୱାସ ପ୍ରକ୍ରିୟାରେ ସୁଧାର ଆସିଥାଏ । ଡାକ୍ତର ସେଥିପାଇଁ ଦମା ରୋଗୀଙ୍କୁ ଏହି ଆସନ କରିବା ପାଇଁ କହିଥାନ୍ତି ।

Leave A Reply

Your email address will not be published.