କଟକ: ଅନୁଷ୍ଠିତ ହେଲା କଳାଧନ ପ୍ରସଙ୍ଗରେ ଗଠିତ SIT ବୈଠକ, ୨୦୧୯ ନିର୍ବାଚନରେ ଖର୍ଚ୍ଚର ହିସାବ ଏସଆଇଟିର ହେଲା ହସ୍ତଗତ

କଟକ(କେନ୍ୟୁଜ୍): କଟକରେ କଳାଧନ ପ୍ରସଙ୍ଗରେ ଗଠିତ SIT ବୈଠକ ଅନୁଷ୍ଠିତ ହୋଇଛି । ୨୦୧୯ ନିର୍ବାଚନରେ ଖର୍ଚ୍ଚର ହିସାବ ଏସଆଇଟିର ହସ୍ତଗତ ହୋଇଛି । କେଉଁ ରାଜ୍ୟରେ କେତେ ନଗଦ ଟଙ୍କା, ଜୁଏଲାରୀ ଓ ଡ୍ରଗ୍ସ ଜବତ ହୋଇଛି ସେ ସଂପର୍କିତ ତଥ୍ୟ ଆସିଛି । ଦୁଇ ମାସ ମଧ୍ୟରେ ଏସଆଇଟି ସପ୍ତମ ରିପୋର୍ଟ ଦାଖଲ କରିବ । ରିପୋର୍ଟରେ ନିର୍ବାଚନରେ କଳା ଧନ କାରବାରକୁ କିପରି ରୋକାଯିବ ସେ ସଂପର୍କିତ ପ୍ରସ୍ତାବ ସ୍ଥାନ ପାଇବ । ଏସଆଇଟି ବୈଠକ ପରେ ଏହି ସୂଚନା ଦେଇଛନ୍ତି ଜଷ୍ଟିସ ଅରଜିତ ପଶାୟତ । କଟକରେ ଜଷ୍ଟିସ୍‌ ଅରଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏସ୍‌ଆଇଟି ବୈଠକରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ । ପୂର୍ବରୁ ଗତବର୍ଷ ଜୁନ୍‌ ୧୭ ତାରିଖରେ କଟକରେ ଏହି ବୈଠକ ବସିଥିଲା । ଏଥିରେ ଓଡ଼ିଶାରେ କାର୍ଯ୍ୟ କରୁଥିବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ପଦାଧିକାରୀ ଯୋଗ ଦେଇଥିଲେ ।

 

Leave A Reply

Your email address will not be published.