ଫୁଲିଛି ଗଙ୍ଗାହାର ନଦୀ: ପୋଲ ଉପରେ ୬ ଫୁଟର ପାଣି, କୁଆମରାରୁ ବଡସାହିକୁ ଯୋଗାଯୋଗ ବିଚ୍ଛିନ୍ନ

ଉଦଳା(କେନ୍ୟୁଜ୍):ପୋଲ ଉପରେ ୬ ଫୁଟର ପାଣି । ଲଗାଣ ବର୍ଷାରେ ଫୁଲିଛି ଗଙ୍ଗାହାର ନଦୀ । ମୟୂରଭଞ୍ଜ ଗୋପବନ୍ଧୁନଗର ବ୍ଲକ ଖଡ଼ିକାପଦାଠାରେ ଥିବା ଦୋ ମୁହାଣୀ ପୋଲ ଉପରେ ଗଙ୍ଗାହାର ନଦୀର ବନ୍ୟାଜଳ ପ୍ରବାହିତ ହେଉଛି ।

ଫଳରେ କୁଆମରାରୁ ବଡସାହିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଧୀରେ ଧୀରେ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ପୋଲ ଉପରେ ଆହୁରି ଉଚ୍ଚର ବନ୍ୟାଜଳ ପ୍ରବାହିତ ହେବାର ଆଶଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.