ଏବେ ୟୁଜର୍ସଙ୍କ ଡାଟାକୁ ମନିଟାଇଜେସନ କରି ରୋଜଗାର କରିବ ଆଇଆରସିଟିସି ବିଭାଗ, ଯାତ୍ରୀଙ୍କୁ ହେବ ନାହିଁ କୌଣସି ସମସ୍ୟା

ଭାରତୀୟ ରେଳ ବିଭାଗ ଏବେ ଲୋକଙ୍କ ଡାଟାରୁ ମୋଟା ଅଙ୍କର ରୋଜଗାର କରିବ ବୋଲି ସୂଚନା ମିଳିଛି। ଏଥିପାଇଁ ଭାରତୀୟ ରେଳର ସହାୟକ କମ୍ପାନୀ ଭାରତୀୟ ରେଳ କାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ ଆପଣଙ୍କ ପର୍ସନାଲ ଡାଟାକୁ ନେବାର ପ୍ରୟାସ ଆରମ୍ଭ କରିିଛି। କେବଳ ଏତିକି ନୁହେଁ ଲୋକଙ୍କ ପର୍ସନାଲ ଡାଟାକୁ ନେଇ ଆଇଆରସିଟିସି ବିଭାଗ ୧୦୦୦ କୋଟି ଟଙ୍କା ଯୋଗାଡ଼ କରିବାର ଯୋଜନା ବନାଇଛି। ତେବେ ଏହାପଛରେ ଥିବା କାରଣ କଣ? ଏହା କେତେ ସୁରକ୍ଷିତ ତାହା ସମ୍ପର୍କରେ ଜାଣନ୍ତୁ..

ଏହାକୁ ନେଇ ଇଣ୍ଟରନେଟ ଫ୍ରିଡମ ଫାଉଣ୍ଡେସନ ସୂଚନା ଦେଇଛି ଯେ, ଆଇଆରସିଟିସି ଏକ କଂସଲଟେଣ୍ଟ ନିଯୁକ୍ତ କରିବେ, ଯେଉଁମାନେ ତାଙ୍କୁ ୟୁଜର୍ସଙ୍କ ଡାଟା କୁ ମନିଟାଇଜ କରିବାର ପ୍ରୋସେସ କରିବେ। କମ୍ପାନୀ ଏହା ମଧ୍ୟ କହିଛି ଯେ ଏଥିରେ ଗ୍ରାହକଙ୍କ ଡାଟା ପ୍ରାଇଭେସିର ମଧ୍ୟ ଧ୍ୟାନ ରଖାଯିବ। ପ୍ରକୃତରେ ଭାରତୀୟ ରେଳ ବିଭାଗ ଅଧିକାଂଶ ଟିକେଟ ଆଇଆରସିଟିସି ବିଭାଗ ଦ୍ୱାରା ବୁକ ହୋଇଥାଏ। ପ୍ରାୟ ଅଧିକାଂଶ ଲୋକ ଅନଲାଇନରେ ଟ୍ରେନ ଟିକେଟ ବୁକ ପାଇଁ ଆଇଆରସିଟିସି ଆପ୍‌ ର ବ୍ୟବହାର କରନ୍ତି। ତେଣୁ ଏହି ହିସାବରେ ବର୍ତ୍ତମାନ କମ୍ପାନୀ ର େଓ୍ଵବସାଇଟ ରେ ବଡ଼ ମାତ୍ରାରେ ୟୁଜର୍ସଙ୍କ ଡିଜିଟାଲ ଡାଟା ଷ୍ଟୋର ହୋଇ ରହିଛି। ଏବେ କମ୍ପାନୀ ଏହି ଡାଟାକୁ ବ୍ୟବହାର କରି ୧୦୦୦ କୋଟି ଟଙ୍କାର ରୋଜଗାର କରିବାକୁ ଯାଉଛି।

ଜାଣି ରଖନ୍ତୁ ଯେ ଏହା ଅନ୍ତର୍ଗତ ଆଇଆରସିଟିସି ଦ୍ୱାରା Travelling pattern, History ଓ Locationର ଡାଟାକୁ ସେୟାର କରାଯିବ। କିନ୍ତୁ ବିଭାଗ ଦ୍ୱାରା କୁହାଯାଇଛି ଯେ ଏହାକୁ ନେଇ ଯାତ୍ରୀଙ୍କୁ କୌଣସି ଚିନ୍ତା କରିବାର ନାହିଁ। କାରଣ ଏହା କରିବା ସମୟରେ ମଧ୍ୟ ଆଇଟି ଆକ୍ଟ ଅନ୍ତର୍ଗତ ୟୁଜର୍ସଙ୍କ ବ୍ୟାକିଂ ପ୍ରାଇଭେସି କୁ ସେୟାର କରାଯିବ ନାହିଁ। ମାନେ ସମସ୍ତ ଯାତ୍ରୀଙ୍କ ସୁ ରକ୍ଷାକୁ ଧ୍ୟାନରେ ରଖି ଏହାକୁ କରାଯିବ। ଡାଟା ମନିଟାଇଜେସନ ଅନ୍ତର୍ଗତ ୟୁଜର୍ସଙ୍କ ବ୍ୟାଙ୍କ ଓ ଟ୍ରାଞ୍ଜାକସନ ର ଡାଟା ଆଦୌ ବି ସେୟାର କରାଯିବ ନାହିଁ।

ରିପୋର୍ଟ ଅନୁଯାୟୀ ଆଇଆରସିଟିସି ଆପଣଙ୍କ ଡାଟାକୁ କେଉଁ ଭାବେ ବ୍ୟବହାର କରିବ ତାହ ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ଆଗକୁ ଏହା ସମ୍ପର୍କରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.