ପାଠପଢା ସମୟରେ ବିଦ୍ୟାଳୟରେ ଶିକ୍ଷକ ଓ କିରାଣି ନଥିବାରୁ ୬ ଜଣଙ୍କ ଦରମା ବନ୍ଦ

ଆନନ୍ଦପୁର(କେନ୍ୟୁଜ୍): ପାଠପଢା ସମୟରେ ବିଦ୍ୟାଳୟରେ ଶିକ୍ଷକ ଓ କିରାଣି ନଥିବାରୁ କଡ଼ା କାର୍ଯ୍ୟାନୁଷ୍ଠାନ । ୬ ଜଣଙ୍କ ଦରମା ବନ୍ଦ । ଶନିବାର କେନ୍ଦୁଝର ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଅଚାନକ ଆନନ୍ଦପୁର ବ୍ଲକ ପରିଦର୍ଶନ କରିବା ସମୟରେ ୨ଟି ବିଦ୍ୟାଳୟକୁ ଗସ୍ତ କରିଥିଲେ । ପ୍ରଥମେ କୋଳିମାଟି ସ୍ୱପ୍ନେଶ୍ୱର ଆଦିବାସୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ । କେବଳ ରାତ୍ର ଜଗୁଆଳିକୁ ଛାଡି ଦେଲେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅନୁପସ୍ଥିତ ରହିଥିଲେ ।

ପ୍ରଧାନ ଶିକ୍ଷକ ତପନ କୁମାର ଚକ୍ର, ଶିକ୍ଷକ ବିନୟ ଭୂଷଣ ମିଶ୍ର, ନିରଞ୍ଜନ ମିଶ୍ର ଏବଂ କିରାଣି ଯୁଗୋଳ କିଶୋର ବାରିକଙ୍କ ଦରମା ଗୋଟିଏ ଦିନ ବନ୍ଦ କରିଛନ୍ତି ଶିକ୍ଷା ଅଧିକାରୀ । ସେହିପରି ଧକୋଠା ସରକାରୀ ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନ କରିବା ସମୟରେ ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ସାହୁ ଓ ସୁଜାତା ଦଳେଇ ଅନୁପସ୍ଥିତ ରହିଥିବାରୁ ସେମାନଙ୍କ ଦରମା ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶୀତ ହେଉଥିବାରୁ ଶନିବାର ସକାଳ ୭ ଟା ପରେ ବିଦ୍ୟାଳୟ ଖୋଲିବାକୁ ଛାତ୍ରଛାତ୍ରୀ ଲିଖିତ ଭାବେ ଅନୁରୋଧ କରିଥିଲେ । ତେଣୁ ବିଦ୍ୟାଳୟ ଆସିବାକୁ ଡେରି ହୋଇଥିବା କହିଛନ୍ତି ପ୍ରଧାନ ଶିକ୍ଷକ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.