ରାଜ୍ୟରେ ବିଜୁଳି ସଙ୍କଟ, ଦୈନିକ ସେଣ୍ଟ୍ରାଲ ଗ୍ରିଡରୁ କିଣାଯାଉଛି ୧୬ କୋଟି ଟଙ୍କାର ବିଜୁଳି

ରାଜ୍ୟରେ ବିଜୁଳି ସଙ୍କଟ। ପ୍ରତି ଦିନ ସେଣ୍ଟ୍ରାଲ ଗ୍ରିଡରୁ ୧୬ କୋଟି ଟଙ୍କାର ବିଜୁଳି କିଣୁଛନ୍ତି ସରକାର। ଏନଟିପିସିରେ କୋଇଲା ସଙ୍କଟ ପରେ ରାଜ୍ୟରେ ବିଜୁଳି ସମସ୍ୟା। ଏନଟିପିସିକୁ କୋଇଲା ଯୋଗାଣ ସ୍ୱାଭାବିକ ହୋଇନାହିଁ। ଫଳରେ ବିଜୁଳି ଉତ୍ପାଦନ ବାଧାପ୍ରାପ୍ତ। କେବଳ କୋଇଲାରୁ ବିଜୁଳି ଉତ୍ପାଦନ ନୁହଁ, ଜଳ ବିଦ୍ୟୁତ ଉତ୍ପାଦନ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଇନ୍ଦ୍ରାବତୀ ଅବବାହିକାରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି। ଫଳରେ ଜଳ ବିଦ୍ୟୁତ ଉତ୍ପାଦନ ହ୍ରାସ ପାଇଛି। ରାଜ୍ୟର ବିଜୁଳି ଅଭାବ ମେଣ୍ଟାଇବାକୁ ସେଣ୍ଟ୍ରାଲ ଗ୍ରିଡରୁ ଦିନକୁ ୯ଶହ ମେଗାୱାଟ୍‌ କିଣୁଛନ୍ତି ରାଜ୍ୟ ସରକାର।

ତାଳଚେର ଭରତପୁର କୋଇଲାଖଣିରେ ଅଘଟଣ ଓ ପରେ ସେଠାରେ ସୃଷ୍ଟି ଅଶାନ୍ତି ଯୋଗୁଁ ଏନଟିପିସିକୁ କୋଇଲା ଯୋଗାଣ ବାଧାପ୍ରାପ୍ତ। ଏନଟିପିସିର ୬ଟି ୟୁନିଟରୁ ପାଖାପାଖି ୩ ହଜାର ମେଗାୱାଟ ବିଜୁଳି ଉତ୍ପାଦନ ହୋଇଥାଏ। ଏବେ ଏନଟିପିସିର ୩ ଟି ୟୁନିଟ୍‌ ବନ୍ଦ ପଡ଼ିଥିବା ବାକି ତିନିଟି କାର୍ଯ୍ୟକାରୀ ହେଉଛି। ଏନଟିପିସିକୁ ଦୈନିକ ୫୫ ହଜାର ମେଟ୍ରିକ ଟନ୍‌ କୋଇଲାର ଆବଶ୍ୟକ। କିନ୍ତୁ ଷ୍ଟକ ରହିଛି ୧୬ ମେଟ୍ରିକ ଟନ୍‌। ଏନଟିପିସିରେ ଲାଗି ରହିଥିବା କୋଇଲା ସଙ୍କଟର ସମାଧାନ ପାଇଁ ଆହୁରି ଦୁଇ ତିନିଦିନ ଲାଗିବ। ତେଣୁ ବିଜୁଳି ଅବସ୍ଥା ସ୍ୱାଭାବିକ ହେବା ପାଇଁ ଆହୁରି ୭୨ ଘଣ୍ଟା ସମୟ ଲାଗିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.