ଏହି ସରକାର ଲଗାଇବେ ୧୧ ହଜାର ଓ୍ଵାଇଫାଇ ହଟ୍‌ସ୍ପଟ୍‌, ୟୁଜରଙ୍କୁ ମିଳିବ ୧୫ ଜିବି ଡାଟା ଫ୍ରି

ଦିଲ୍ଲୀ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୧୧ ହଜାର ଓ୍ଵାଇଫାଇ ହଟ୍‌ସ୍ପଟ୍‌ ଲଗାଯିବ, ଯାହା ମଧ୍ୟରୁ ୪ ହଜାର ହଟ୍‌ସ୍ପଟ୍‌ କେବଳ ବସ୍‌ ଷ୍ଟପ୍‌ରେ ଲାଗିବ। ବାକି ୭ ହଜାର ପ୍ରତି ବିଧାନସଭାରେ ଲଗାଯିବ। ଏହାର ପ୍ରତ୍ୟେକ ୟୁଜରଙ୍କୁ ୧୫ ଜିବି ଡାଟା ଫ୍ରି ମିଳିବ। ଗୁରୁବାର ହୋଇଥିବା କ୍ୟାବିନେଟ୍‌ ବୈଠକ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହାଛଡ଼ା କେଜରିଓ୍ଵାଲ ସରକାର ଏବେ ଲୋକମାନଙ୍କ ଡିମାଣ୍ଡକୁ ନଜରରେ ରଖି ଆହୁରି ୧ ଲକ୍ଷ ୪୦ ହଜାର କ୍ୟାମେରା ଲଗାଇବେ। ଏହାପୂର୍ବରୁ ସରକାର ୧ ଲକ୍ଷ ୪୦ ହଜାର କ୍ୟାମେରା ଲଗାଇବା ପ୍ରସ୍ତାବକୁ ମଞ୍ଜୁରି ଦେଇଥିଲେ। ବର୍ତ୍ତମାନ ଏହା ବଢ଼ି ୨ ଲକ୍ଷ ୮୦ ହଜାର ହୋଇଯାଇଛି। ଅର୍ଥାତ୍‌ ପ୍ରତି ବିଧାନସଭାରେ ୪ ହଜାର କ୍ୟାମେରା ଲଗାଯିବ। ତେବେ ହଟ୍‌ସ୍ପଟ୍‌ ଏବଂ କ୍ୟାମେରା ଲଗାଯିବା ପ୍ରକ୍ରିୟା ଆଗାମୀ ୩-୪ ମାସ ମଧ୍ୟରେ ଆରମ୍ଭ କରି ଦିଆଯିବ। ଏଠାରେ କହି ରଖୁଛୁ, ଆମ୍‌ ଆଦମୀ ପାର୍ଟି ନିଜ ଘୋଷଣାପତ୍ରରେ ମାଗଣା ଓ୍ଵାଇଫାଇ ସେବା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.