Below header

ଦକ୍ଷିଣ ଓଡିଶାରେ କମିଛି ବର୍ଷା କିନ୍ତୁ ଥମୁନି ଲୋକଙ୍କ ଦୁର୍ଦ୍ଦଶା, ଜାଣନ୍ତୁ କେତୋଟି ଜିଲ୍ଲା ହୋଇଛି ପ୍ରଭାବିତ

ବର୍ଷା ଟିକେ କମିଛି। ଦକ୍ଷିଣ ଓଡ଼ିଶାରେ ସୁଧୁରୁଛି ବନ୍ୟା ସ୍ଥିତି। ଖସୁଛି ବିଭିନ୍ନ ନଦୀର ଜଳସ୍ତର। ତଥାପି ଅନେକ ଅଞ୍ଚଳ ଜଳବନ୍ଦୀ। ବନ୍ୟା ପାଣିରେ ବୁଡିଛି ରାସ୍ତାଘାଟ। ଜମିବାଡ଼ି ସବୁ ଏକାକାର। ଅଧିକ ପ୍ରଭାବିତ ହୋଇଛି କୋଷାଗୁମୁଡ଼ା ବ୍ଲକ। ଚିରମା ପଞ୍ଚାୟତର ୫ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ। ଉକିଆପାଲି ପଞ୍ଚାୟତର ୩ଟି ଗାଁର ଶତାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେପଟେ ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଆଜି ଖୋଲିଛି ୨ଟି ଗେଟ୍‌।

ଆହୁରି ପଢନ୍ତୁ: ରାଜ୍ୟରେ ବିଜୁଳି ସଙ୍କଟ, ଦୈନିକ ସେଣ୍ଟ୍ରାଲ ଗ୍ରିଡରୁ କିଣାଯାଉଛି ୧୬ କୋଟି ଟଙ୍କାର ବିଜୁଳି

ରାୟଗଡ଼ା ଜିଲ୍ଲାରେ ଉଛୁଳିଛି ବଂଶଧାରା, ନାଗାବଳୀ, ଝଞ୍ଜାବତୀ ଓ କଲ୍ୟାଣୀ ନଦୀ। ଗୁଡ଼ାରି, ଗୁଣୁପୁର ଓ ଗୁମୁଡ଼ା ଅଞ୍ଚଳରେ ବିଭିନ୍ନ ଗାଁରେ ପଶିଛି ବନ୍ୟା ପାଣି। ତଳି ଅଞ୍ଚଳର ୧ହଜାର ୧୯୧ଟି ପରିବାରକୁ ସୁରକ୍ଷିତ ସ୍ଥାନାନ୍ତର କରିଛି ଜିଲ୍ଲା ପ୍ରଶାସନ। ବର୍ଷା ପ୍ରଭାବରେ ରାୟଗଡ଼ା ଜିଲ୍ଲାରେ ୮ଟି ବ୍ଲକର ୧୨ଟି ପଞ୍ଚାୟତରେ କ୍ଷୟକ୍ଷତି ହୋଇଛି। ଅମ୍ବାଦଳା ନିକଟକରେ ବର୍ଷା ପାଣିରେ ରେଳ ଧାରଣା ଧୋଇ ଯାଇଥିବାରୁ ବାଧାପ୍ରାପ୍ତ ହୋଇଛି ଟ୍ରେନ୍‌ ଚଳାଚଳ। ୨୪ ଘଣ୍ଟାର ଲଗାଣ ବର୍ଷାରେ କନ୍ଧମାଳ ଜିଲ୍ଲାରେ ଧୋଇଗଲା ଅସ୍ଥାୟୀ ପୋଲ। NH-59ର ବାଟାଗୁଡା ଓ ମଣ୍ଡଳପଦରରେ ୨ଟି ଅସ୍ଥାୟୀ ପୋଲ ଧୋଇ ଯାଇଛି। ଫଳରେ ବାଲିଗୁଡ଼ାରୁ କଳାହାଣ୍ଡି, ମୁନିଗୁଡ଼ା, ରାୟପୁର, ରାୟଗ଼ଡା ଓ ବଲାଙ୍ଗିରକୁ ଯୋଗାଯୋଗ ବିଛିନ୍ନ।

ଆହୁରି ପଢନ୍ତୁ: ଜଟଣୀ : ମାତିଛି ଗୋରୁ ଚାଲାଣ ର‍୍ୟାକେଟ୍‌, ରାସ୍ତାଘାଟରୁ ଉଠାଇ ନେଇ ବିକି ଦେଉଛନ୍ତି ଦୁର୍ବୃତ୍ତ

ବର୍ଷା କମିବା ପରେ ମାଲକାନଗିରିରେ ସ୍ୱାଭାବିକ ହୋଇଛି ଜୀବନଯାତ୍ରା। ଏମ୍‌ଭି-୩୭, କୋରକୋଣ୍ଡା, ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ ଉପରେ ପାଣି ଖସିବାରୁ ମାଲକାନଗିରିରୁ କାଲିମେଳା, ବାଲିମେଳାକୁ ଯାଆସ ହୋଇଛି। ଆଜି ବି ମାଲକାନଗିରିରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ରହିଥିଲା। ବାତିଲ ହୋଇଥିଲା ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି। ୩୦ଟି ଆଶ୍ରୟ ସ୍ଥଳୀରେ ପ୍ରଭାବିତଙ୍କୁ ରଖାଯାଇଛି।
ସେପଟେ ଗଜପତି ଜିଲ୍ଲା କାଶୀନଗରରେ ବଂଶଧାରା ବିପଦ ସଙ୍କେତ ତଳେ ପ୍ରବାହିତ ହେଉଥିଲେ ବି ସଙ୍କଟ ଟଳିନି। କାଶୀନଗର ବ୍ଲକର ବିଭିନ୍ନ ଗାଁ ଏବେ ବି ଜଳବନ୍ଦୀ।ଲଘୁଚାପ ଜନିତ ବର୍ଷାରେ ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରାସ୍ତାଘାଟ ଓ ରେଳ ଲାଇନ୍‌ ଧୋଇ ଯାଇଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.