ଆକାଶ ଛୁଇଁଛି ସୁନା ଦର ,୧୦ଗ୍ରାମର ଦାମ ୩୮,୦୦୦ରୁ ଊର୍ଦ୍ଧ୍ୱ

ଦେଶରେ ସୁନାର ଦର ଆକାଶ ଛୁଇଁଛି ଏବଂ ଏହାର ଦାମ ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ଦେଶରେ ପ୍ରଥମ ଥର ପାଇଁ ସୁନାଦର ୩୮ହଜାର ପର୍ଯ୍ୟନ୍ତ ପହଂଚିଛି । ଆଜି ଦେଶରେ ୧୦ଗ୍ରାମ ସୁନା ପ୍ରତି ଦର ୩୮,୬୫୦ ଟଙ୍କା ରହିଛି ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ମହଙ୍ଗା ଅଟେ । କୁହାଯାଉଛି କି ଚୀନ୍‌ ଏବଂ ଆମେରିକା ମଧ୍ୟରେ ବ୍ୟାବସାୟିକ ଯୁଦ୍ଧ ଚାଲିଥିବାରୁ ସୁନାର ଦର ବୃଦ୍ଧି ପାଇଛି । ଆଉ ଯଦି ଏପରି ଚାଲେ ତାହେଲେ ଚଳିତ ବର୍ଷ ଶେଷ ବେଳକୁ ସୁନାଦର ୪୦ହଜାର ଅତିକ୍ରମ କରିବ।

 

ବିଶ୍ଵର ଦୁଇଟି ମହାଶକ୍ତି ମଧ୍ୟରେ ହେଉଥିବା ଏହି ବାଣିଜ୍ୟିକ ଯୁଦ୍ଧରେ ଲୋକମାନେ ସୁନାରେ ନିଵେଶ କରାଇବାକୁ ସୁରକ୍ଷିତ ମଣୁଛନ୍ତି । ସୁନା ସହିତ ବର୍ତ୍ତମାନ ରୁପାର ଦର ମଧ୍ୟ ବୃଦ୍ଧି ପାଉଥିବା ଦେଖା ଯାଇଛି । ଗୁରୁବାର ରୁପାର ଦର କିଲୋପ୍ରତି ୪୩,୫୦୨ ଟଙ୍କା ଥିଲା । ବୁଧବାର ରିଜର୍ଭ ବ୍ୟାଙ୍କର ମନିଟାରି ପଲିସି କମିଟି ଦେଶର ଜିଡିପି ହ୍ରାସ କରାଇ ଥିବା ବେଳେ ଭାରତୀୟ ମୁଦ୍ରାର ମୂଲ୍ୟ ତଳକୁ ଖସିବାରେ ଲାଗିଛି ସେହି ସମୟରେ ସୁନାର ସୁନା ଦର ଏପରି ବୃଦ୍ଧି ପାଉଛି ।

ଏହାସହ ପଢନ୍ତୁ RBIର ଉପହାର , ୧ ସେପ୍ଟେମ୍ବରରୁ ଜିରୋ ବାଲାନ୍ସ ବ୍ୟାଙ୍କ ଆକାଉଣ୍ଟରେ ମିଳିବ ଏହି ସୁବିଧା

ଆଇଏମଏଫ ମଧ୍ୟ ୨୦୧୯ରେ ନିଜର ଗ୍ଲୋବାଲ ଗ୍ରୋଥକୁ ୩.୩ ପ୍ରତିଶତରୁ ହଟାଇ ୩.୨ ପ୍ରତିଶତ କରିଦେଇଛି । ସୁନାର ଦର ଏପରି ଭାବେ ବୃଦ୍ଧି ପାଉଥିବା ହେତୁ ଚୀନ୍‌ ଏବଂ ଭାରତରେ ସୁନାର ଚାହିଦା ବଢିଯାଇଛି ଏବଂ ଏଠାରେ ନିଵେଶକମାନେ ମଧ୍ୟ ସୁନାରେ ନିବେଶ କରିବା ପାଇଁ ଆଗ୍ରହୀ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.