ଦାୟିତ୍ୱ ନେଲେ ନୂଆ ଡିଜିପି, ଆଇନ ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ମୁଖ୍ୟ ଲକ୍ଷ୍ୟ କହିଲେ ବିଜୟ କୁମାର ଶର୍ମା

ପୋଲିସ ଡିଜିପି ଭାବରେ ଦାୟିତ୍ୱ ନେଇଛନ୍ତି ବିଜୟ କୁମାର ଶର୍ମା। ରାଜ୍ୟ ପୋଲିସ ମୁଖ୍ୟାଳୟରେ ବିଦାୟୀ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ବି. କେ. ଶର୍ମା କହିଛନ୍ତି, ଆଇନ ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ମୁଖ୍ୟ ଲକ୍ଷ୍ୟ ରହିବ। ନକ୍ସଲ ଦମନକୁ ଗୁରୁତ୍ୱ ଦେଇଥିବା ବେଳେ ମାଓ ଅଧ୍ୟୁଷିତ ଅଞ୍ଚଳର ବିକାଶକୁ ପ୍ରାଥମକିତା ଦେଇଛନ୍ତି। ପୋଲିସ ଷ୍ଟେସନକୁ ସୁଦୃଢ଼ ସହ ପୋଲିସ-ପବ୍ଲିକ ସମ୍ପର୍କକୁ ଗୁରୁତ୍ୱ ଦେଇଛନ୍ତି ନୂଆ ଡିଜିପି। ଏହାସହ ମୁଖ୍ୟମନ୍ତ୍ରୀଙ୍କ 5-T ମନ୍ତ୍ରକୁ ପୋଲିସ ବିଭାଗରେ ପ୍ରୟୋଗ କରାଯିବ ବୋଲି ବି. କେ. ଶର୍ମା କହିଛନ୍ତି।

ଆହୁରି ପଢନ୍ତୁ:  ହୋଇପାରିଲେନି ପାଇଲଟ୍‌, ଟାଟା ନାନୋ କାରକୁ ବନେଇଦେଲେ ‘ହେଲିକାପ୍ଟର’, ପଢ଼ନ୍ତୁ ବିହାରର ଏହି ନିଆରା ବ୍ୟକ୍ତିଙ୍କ କାହାଣୀ

୧୯୮୬ ବ୍ୟାଚ୍‌ ଆଇପିଏସ୍‌ ଅଫିସର ବିଜୟ କୁମାର ଶର୍ମା । ବାରିପଦାରେ ତାଙ୍କର ଜନ୍ମ। ୩୩ ବର୍ଷ ଚାକିରି କାଳରେ ପୋଲିସ ବିଭାଗର ବହୁ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀ ସମ୍ଭାଳି ଆସିଛନ୍ତି। ସୁନ୍ଦରଗଡ, ସମ୍ବଲପୁର, ଫୁଲବାଣୀ ଓ ଖୋର୍ଦ୍ଧା ଏସପି ଥିଲେ। ୧୯୯୯ରୁ ୨୦୦୬ ଯାଏ କେନ୍ଦ୍ରୀୟ ଡେପୁଟେସନରେ ଯାଇ ସିବିଆଇରେ ବିଭିନ୍ନ ଗୁରୁତବପୂର୍ଣ୍ଣ ପଦ ପଦବୀ ସମ୍ଭାଳିଥିଲେ ବିଜୟ କୁମାର ଶର୍ମା। କ୍ରାମଇମବ୍ରାଞ୍ଚରେ ବି କାମ କରିଛନ୍ତି। ୨୦୦୮ରୁ ୨୦୧୧ ପର୍ଯ୍ୟନ୍ତ ସେ ଥିଲେ ଟୁଇନସିଟିର ପୋଲିସ କମିଶନର। ଡିଜି ପାହ୍ୟାକୁ ପଦୋନ୍ନତି ପରେ ସେ ଅଗ୍ନିଶମ ବିଭାଗ ଡିଜି, ହୋମଗାର୍ଡ ଡିଜି ଓ ସିଭିଲ ଡିଫେନ୍ସର ନିର୍ଦ୍ଦେଶକି ଅଛନ୍ତି ବି. କେ. ଶର୍ମା। ଗତ ସାଧାରଣ ନିର୍ବାଚନ ବେଳେ ଆର୍‌. ପି. ଶର୍ମା ଛୁଟିରେ ଥିବା ବେଳେ ସେ ପୋଲିସ ଡିଜି ଦାୟିତ୍ୱ ତୁଲାଇଥିଲେ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.