Below header

କଟକ ଜିଲ୍ଲା ନରସିଂହପୁର ବାରାସିଂଘାରୁ ମିଳିଲା ହାତୀର କଙ୍କାଳ, ମାଟି ଖୋଳି ଉଦ୍ଧାର କଲା STF

ନରସିଂହପୁର(କେନ୍ଯୁଜ୍): କଟକ ଜିଲ୍ଲା ନରସିଂହପୁର ବାରାସିଂଘାରୁ ମିଳିଲା ହାତୀର କଙ୍କାଳ । ଜେସିବି ଲଗାଇ ମାଟି ଖୋଳି ହାତୀର ମୃତଦେହକୁ ଉଦ୍ଧାର କରିଛି STF । ହାତୀ ମୃତ୍ୟୁକୁ ନେଇ ଏସଟିଏଫ୍‌ ଓ ବନକର୍ମଚାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ହାତୀକୁ ମାରି ପୋତିଦେଇଥିବା ଖବର ପାଇ ଘଟଣାସ୍ଥଳରେ ପହଂଚିଥିଲା ଏସଟିଏଫ୍‌ । ସେଠାରେ ଏସଟିଏଫ୍‌କୁ ବନ କର୍ମଚାରୀ ବିରୋଧ କରିଥିବା ଅଭିଯୋଗ ହୋଇଛି । ହାତୀ ମୃତ୍ୟୁକୁ ନେଇ STFକୁ ବନ କର୍ମଚାରୀ ଓ ତାଙ୍କ ପରିବାରଙ୍କୁ ଆକ୍ରୋଶର ଶିକାର ହେବାକୁ ପଡିଛି । ଅନ୍ୟପଟେ ହାତୀ ମୃତ୍ୟୁ ସମ୍ପର୍କରେ ପଚାରିବା ଆଳରେ ବନ କର୍ମଚାରୀଙ୍କୁ ଏସଟିଏଫ୍‌ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ବନ କର୍ମଚାରୀ ଏସଟିଏଫ୍‌ ଟିମ୍‌କୁ କିଛି ସମୟ ଅଟକ ରଖିଥିଲେ । ଶେଷରେ ଏସଟିଏଫ୍‌ ଟିମ୍‌ ଜେସିବି ସହାୟତାରେ ମାଟି ତଳୁ ହାତୀର ମୃତଦେହ ପାଇଥିଲା । ପ୍ରାୟ ୩ ମାସ ତଳେ ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।

ସେପଟେ ହାତୀ ମୃତଦେହ ଉଦ୍ଧାର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଓ୍ଵାଇଲଡ୍‌ ଲାଇଫ୍‌ ପିସିସିଏଫ୍‌ । କହିଛନ୍ତି, ଡିଏଫଓ ଏବଂ ରେଞ୍ଜରଙ୍କୁ ଘଟଣାସ୍ଥଳକୁ ପଠାଯାିଛି । ଘଟଣାର ସବୁ ଦିଗକୁ ତଦନ୍ତ ପରିସରଭୁକ୍ତ କରାଯିବ । ହାତୀର ମୃତ୍ୟୁ କେବେ ହୋଇଛି ସେନେଇ ତଦନ୍ତ କରାଯିବ । ଆବଶ୍ୟକ ହେଲେ ଡିଏନଏ ଟେଷ୍ଟ ପାଇଁ ନମୁନା ପଠାଯିବ । ଗତ କିଛି ବର୍ଷ ଭିତରେ ହାତୀ ଶିକାର କମିଥିବା କହିଛନ୍ତି ପିସିସିଏଫ୍‌ । ହାତୀ ମୃତ୍ୟୁକୁ ନଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.