ଲର୍ଣ୍ଣିଂ ଲାଇସେନ୍ସ : ୯ରୁ ସ୍ଲଟ୍‌ ବୁକିଂ

ଭୁବନେଶ୍ୱର (କେନ୍ୟୁଜ):ଆସନ୍ତା ୯ ତାରିଖରୁ ଆରମ୍ଭ ହେବ ଲର୍ଣ୍ଣିଂ ଲାଇସେନ୍ସ ସ୍ଲଟ ବୁକିଂ । ୧୧ ତାରିଖରୁ ଆରମ୍ଭ ହେବ ଲର୍ଣ୍ଣିଂ ଟେଷ୍ଟ । କୋଭିଡ ଦ୍ୱିତୀୟ ଲହର ପାଇଁ ଏହା ବନ୍ଦ ଥିଲା । ଗତ ମାର୍ଚ୍ଚ ମାସ ୧୮ରୁ ସ୍ଲଟ ବୁକିଂ ବନ୍ଦ ରହିଛି । ପୂର୍ବରୁ ଯେଉଁମାନେ ଫି ଦାଖଲ କରିଥିଲେ ତାହା କାଏମ ରହିଛି ।

ତେଣୁ ପୂର୍ବରୁ ଥିବା ଆବେଦନକାରୀ ସ୍ଲଟ ବୁକିଂ କରିପାରିବେ । ନୂଆ ଆବେଦନକାରୀଙ୍କ ପାଇଁ ପରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.