ପଦକ ପାଇବାରୁ ଅଳ୍ପକେ ରହିଗଲେ ଗଲ୍ଫର ଅଦିତି ଅଶୋକ, ବଜାୟ ରଖିଲେ ୪ର୍ଥ ସ୍ଥାନ

ଟୋକିଓ ଅଲିମ୍ପିକ୍ସରେ ପଦକ ଆଶା କ୍ଷୀଣ କଲେ ଅଦିତି ଅଶୋକ। ଭାରତର ଗୋଲ୍ଫ ଖେଳାଳି ଅଦିତି ଅଶୋକ ପଦକ ପାଇବାର ଆଶାକୁ ନିରାଶ କରିଛନ୍ତି। ସେ ୪ର୍ଥ ସ୍ଥାନରେ ରହିଛନ୍ତି। ଅଦିତିଙ୍କ ପରେ ଏବେ ନୀରଜ ଚୋପ୍ରା ଏବଂ ବଜରଙ୍ଗ ପୁନିଆଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଅତିଦିଙ୍କ ଲଢୁଆ ପ୍ରଦର୍ଶନ ପାଇଁ ରାଷ୍ଟ୍ରପତି ଶୁଭେଚ୍ଛା ଜଣାଇଛନ୍ତି।

ଶୁକ୍ରବାର ୩ୟ ରାଉଣ୍ଡ ଶେଷ ହେବା ପରେ ଅଦିତି ଦ୍ବିତୀୟ ସ୍ଥାନରେ ଥିଲେ। ଆଜି ଅଦିତି ୪ର୍ଥ ରାଉଣ୍ଡର ଟପ୍ ୪ରେ ରହିଥିଲେ। ଅଦିତି ନିଜର ଶେଷ ସର୍ଟରେ ଭଲ ଖେଳିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଖେଳି ପାରିନଥିଲେ। କେବଳ ଗୋଟେ ଷ୍ଟ୍ରୋକରୁ ଦୂରେଇ ରହିଥିଲେ। ଆମେରିକାର ନେଲୀ କୋର୍ଦା ସ୍ବର୍ଣ୍ଣ ପଦକ ଜିତିଲେ। ସେହିପରି ରୌପ୍ଯ ଏବଂ କାଂସ୍ଯ ମଡେଲ ଜାପାନ ଏବଂ ନ୍ଯୁଜଲାଣ୍ଡ ମଧ୍ୟରେ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.