ଏହି ଲୋନର ସୁଧ ଉପରେ ଏସବିଆଇ ଦେଉଛି ଭଲ ରିହାତି, ଶୀଘ୍ର କରନ୍ତୁ

ନୂଆଦିଲ୍ଲୀ : କୋଭିଡ ପାଇଁ ବହୁତ ଲୋକଙ୍କ ଚାକିରି ଚାଲିଯାଇଛି । ପୁଣି କାହାର ବେପାରରେ ଘାଟା ହୋଇଛି । ପୁଣି ଥରେ ଲୋକଙ୍କୁ ନିଜ ଗୋଡ଼ରେ ଠିଆ ହେବା ପାଇଁ ଭାରତର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ୍‌ ଏସ୍‌ବିଆଇ ଆପଣଙ୍କ ପାଇଁ ଆଣୁଛି କମ୍‌ ସୁଧରେ ଗୋଲ୍ଡ ଲୋନ ସୁବିଧା । ଜରୁରୀକାଳୀନ ଅର୍ଥପାଇଁ ଗୋଲ୍ଡ ଲୋନ ସବୁଠୁ ସହଜ ଓ ସୁରକ୍ଷିତ ଉପାୟ । କାରଣ ଏହି ଲୋନ୍‌ YONO SBI ଜରିଆରେ ଆପ୍ରୁଭ ହେବ ।

କ’ଣ କରିବାକୁ ହେବ :

. ଘରେ ବସି YONO SBI ଜରିଆରେ ଲୋନ ଆବେଦନ କରିପାରିବେ ।

. ୮.୨୫ ପ୍ରତିଶତ ଦରରେ ମିଳିବ ଗୋଲ୍ଡ ଲୋନ୍‌ । ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ଲୋନ ଉପରେ ୦.୭୫ ପ୍ରତିଶତ ସୁଧ ଛାଡ଼ ମିଳିବ ।

. ଅଳ୍ପ ପେପର ଓ୍ଵାର୍କ, ଅଳ୍ପ ପ୍ରୋସେସିଂ ଟାଇମ ଓ ବ୍ୟାଙ୍କକୁ ବି ବେଶୀ ଆସିବାକୁ ପଡ଼ିବନାହିଁ ।

କେମିତି କରିବେ ଆବେଦନ :

. YONO SBI ଆକାଉଣ୍ଟରେ ଲଗ୍‌ଇନ କରନ୍ତୁ ।

. ହୋମ ପେଜ ଉପର ଡାହାଣ ପାଖରେ ଦିଆଯାଇଥିବା ୩ ଲାଇନ ଉପରେ କ୍ଲିକ୍‌ କରନ୍ତୁ । ଏବେ ଲୋନ୍‌ ଉପରେ କ୍ଲିକ କରନ୍ତୁ । ଏବେ ମଗାଯାଇଥିବା ଡିଟେଲ ଦେଇ ଆବେଦନ କରି ଦିଅନ୍ତୁ ।

. ଏହାପରେ ଆପଣଙ୍କ ଜ୍ୱେଲେରୀ ନେଇ ବ୍ୟାଙ୍କକୁ ଯିବାକୁ ହେବ ।

କାହାକୁ ମିଳିପାରିବ ଲୋନ୍‌ :

. ୧୮ ବର୍ଷ ଉପରେ ଥିବା ଲୋକ ଯାହାଙ୍କର ଆୟ ଥିବ ।

. ଏହାଛଡ଼ା ପେନ୍‌ସନର ମଧ୍ୟ ଗୋଲ୍ଡ ଲୋନ ନେଇପାରିବେ ।

କ’ଣ ଡକ୍ୟୁମେଣ୍ଟ ଲାଗିବ :

. ୨ କପି ଫଟୋ, କେଓ୍ଵାଇସି ଡକ୍ୟୁମେଣ୍ଟ ଓ ଆଡ୍ରେସ ପ୍ରୁଫ୍‌ ଆଦି ଆଣିବାକୁ ହେବ ।

କେତେ ଲୋନ ମିଳିବ :

. ୨୦ ହଜାର ଟଙ୍କାରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ମିଳବ ।

. ଲୋନ୍‌ ୩ ବର୍ଷ ପାଇଁ ମିଳିବ ।

. ଲୋନ ଟାଇମ ପୂର୍ବରୁ ରି ପେମେଣ୍ଟ କରିଦେଲେ କୌଣସି ଚାର୍ଜ ମଧ୍ୟ ପଡ଼ିବ ନାହିଁ । ବ୍ୟାଙ୍କ ତାହା ଛାଡ଼ କରିଦେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.