ଆଉ ରକ୍ଷା ନାହିଁ, ବିଜୁଳି ଚୋରି ଓ ଟାମ୍ପରିଂ ରୋକିବାକୁ ଆସୁଛି ପ୍ରିପେଡ ଓ ସ୍ମାର୍ଟ ମିଟର

କେନ୍ୟୁଜ୍: ବିଦ୍ୟୁତ କ୍ଷେତ୍ରରେ ଆସିବ ସଂସ୍କାର। ବିଜୁଳି ଚୋରି ଓ ମିଟର ଟାମ୍ପରିଂ ରୋକିବାକୁ ଲାଗିବ ପ୍ରିପେଡ ଓ ସ୍ମାର୍ଟ ମିଟର । ପୁରୁଣାମିଟର ବଦଳାଯାଇ ଲଗାଯିବ ପ୍ରିପେଡ ଓ ସ୍ମାର୍ଟ ମିଟର। କେଉଁ ଉପଭୋକ୍ତା କେତେ ବିଦ୍ୟୁତ ବ୍ୟବହାର କରୁଛନ୍ତି ତାର ସଠିକ ହିସାବ ଦେବ ସ୍ମାର୍ଟ ମିଟର। ପ୍ରିପେଡ ମିଟରରେ ଡିଜିଟାଲ କାର୍ଡ ରହିବ। ଉପଭେକ୍ତା ଏହାକୁ ରିଚାର୍ଜ କରି ବିଜୁଳି ବ୍ୟବହାର କରିବେ। ପ୍ରଥମ ପଯ୍ୟାର୍ୟରେ ଲାଗିବ ୨୫ଲକ୍ଷ ସ୍ମାର୍ଟ ମିଟର। ବର୍ତ୍ତମାନ ରାଜ୍ୟରେ ପହଞ୍ଚିଛି ୫ଲକ୍ଷ ମିଟର। ଏନେଇ ଶକ୍ତି ବିଭାଗ ଯୋଜନା କରିଥିବା କହିଛନ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର।
ପାଇଲଟ ପ୍ରୋଜେକ୍ଟ ଭାବେ ସ୍ମାର୍ଟ ମିଟର ସେବା ସମ୍ବଲପୁରରୁ ଆରମ୍ଭ ହୋଇଛି। ଏହି ସେବା ପ୍ରଥମେ ସହରର ସରକାରୀ କାର୍ୟ୍ୟାଳୟ ଗୁଡ଼ିକରେ ଉପଲବ୍ଧ କରାଯାଇଛି। ସ୍ମାର୍ଟ ମିଟର ଲାଗିଥିବା ସରକାରୀ ଅଫିସଗୁଡ଼ିକୁ ପ୍ରଥମେ ବିଦ୍ୟୁତ ବିଭାଗରେ ଟଙ୍କା ଡିପୋଜିଟ କରିବାକୁ ପଡ଼ୁଛି। ପ୍ରତ୍ୟେକ ଦିନ କେତେ ପରିମାଣ ଓ କେତେ ଟଙ୍କାର ବିଜୁଳି ଖର୍ଚ୍ଚ ହେଉଛି ତାହା ଜଣାପଡୁଛି। ସ୍ମାର୍ଟ ମିଟରକୁ ଟାମ୍ପରିଂ ବା ଚୋରି କରାଗଲେ ଏହା ଆପେ ଆପେ ଜଣାପଡ଼ିଯିବ। ଏପରିକି ବିଲ ପୈଠ ନକଲେ ବିଦ୍ୟୁତ ବିଚ୍ଛିନ୍ନ ହୋଇଯିବ।