କେନାଲ ପାରି ହେବାକୁ ନାହିଁ ରାସ୍ତା, ବର୍ଷ ବର୍ଷ ଧରି ହିନସ୍ତାରେ ସମ୍ବଲପୁର ଜିଲ୍ଲାର ଖୁଲିଆ ଗାଁ ଲୋକ

ସମ୍ବଲପୁର (କେନ୍ୟୁଜ୍): କେନାଲ ପାରି ହେବାକୁ ରାସ୍ତାଟିଏ ନାହିଁ। ବର୍ଷ ବର୍ଷ ଧରି ହୀନସ୍ତା ଭୋଗୁଛନ୍ତି ଲୋକ। ଯାଆସର ଏକମାତ୍ର ମାଧ୍ୟମ ପାଲଟିଛି ତାଳ ଗଛ ପକାଇ ନିର୍ମାଣ କରାଯାଇଥିବା ଅସ୍ଥାୟୀ ବ୍ରିଜ୍‌। ଏଦୃଶ୍ୟ ହେଉଛି ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ତବଲା ପଞ୍ଚାୟତର ଖୁଲିଆ ଗାଁର। ଡମାଟିକରା କେନାଲ ପଡ଼ାକୁ ଯିବାକୁ ହେଲେ ଏହି କେନାଲ୍‌ ପାର ହେବାକୁ ପଡ଼େ। ଏହା ଉପରେ ବ୍ରିଜ ନଥିବାରୁ ତାଳ ଗଛ ପକାଇ ଲୋକ ଅସ୍ଥାୟୀ ବ୍ରିଜ ନିର୍ମାଣ କରିଛନ୍ତି। କେନାଲ ଆରପଟରେ ପ୍ରାୟ ୪୦ଟି ପରିବାର ରହୁଛନ୍ତି। ସାମାନ୍ୟ ଅନ୍ୟମନସ୍କ ହେଲେ କେନାଲରେ ପଡ଼ିବା ଭୟ ବି ରହୁଛି। ଗୋଟିଏ ପୋଲ ନିର୍ମାଣ ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କଲେ ବି କେହି ଶୁଣୁ ନଥିବା ଅଭିଯୋଗ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.