ଏମ୍ସ ରେ ଡାକ୍ତର ଥିବା ପରିଚୟ ଦେଇ ଯୁବତୀଙ୍କ ସହ ସମ୍ପର୍କ ରଖୁଥିଲା, ଏବେ ଧରାପଡ଼ିଲା

ଭୁବନେଶ୍ବର(କେନ୍ୟୁଜ୍): ବନ୍ଧା ହେଲେ ନକଲି ଡାକ୍ତର । ନିଜକୁ ଏମ୍ସର ଡାକ୍ତର ଥିବା ପରିଚୟ ଦେଇ ଯୁବତୀଙ୍କ ସହ ସମ୍ପର୍କ ରଖୁଥିବା ଅଭିଯୋଗରେ ନୟାପଲ୍ଲୀ ପୋଲିସ ଜଣେ ନକଲି ଡାକ୍ତରଙ୍କୁ ଗିରଫ କରିଛନ୍ତି । ଅଭିଯୁକ୍ତ ଜଣଙ୍କ ଅନୁଗୁଳ ଜିଲ୍ଳା ଛେଣ୍ଡିପଦା ଅଞ୍ଚଳର ବିରଞ୍ଚି ନାରାୟଣ ନାଥ । ଭୁବନେଶ୍ୱର ସାଲିଆ ସାହିରେ ଦୀର୍ଘଦିନ ହେବ ରହି ଆସୁଥିଲେ ବିରଞ୍ଚି । ଅଭିଯୋଗ ଅନୁସାରେ ବିରଞ୍ଚି ପ୍ରଥମେ ନିଜକୁ ଏମ୍ସ ଡାକ୍ତର ପରିଚୟ ଦେଇ ବିବାହ ପାଇଁ ସାଦି ଡଟ୍‌ କମ୍‌ ରେ ପ୍ରୋଫାଇଲ୍‌ ଅପଲୋଡ କରିଥିଲେ । ଏନେଇ ଏମ୍ସର ଜଣେ ମହିଳା ଡାକ୍ତର ତାଙ୍କୁ ଫୋନ୍‌ କରିବା ସହ ବିବାହ ପାଇଁ ପ୍ରପୋଜାଲ ଦେଇଥିଲେ । ପରେ ଖୋଳତାଡରୁ ଜଣାପଡିଲା ବିରଞ୍ଚି ଡାକ୍ତର ନୁହେଁ । ପରେ ପୁଣି ଥରେ ନିଜକୁ ଆଇଆରଏସ୍‌ର ପରିଚୟ ଦେଇ ଫଟୋ ପୋଷ୍ଟ କରିଥିଲେ । ପୁଣି ଥରେ ଧରାପଡିବା ପରେ ନୟପାଲ୍ଲୀ ଥାନାରେ ବିରଞ୍ଚି ନାମରେ ଅଭିଯୋଗ ହୋଇଥିଲା । ଗତକାଲି ତାଙ୍କୁ ପୋଲିସ ଗିରଫ କରିିବା ପରେ ଆଜି କୋର୍ଟ ଚାଲାଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.