ପିକଅପ୍ ଭ୍ୟାନ୍‌ରୁ ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଜବତ, ଡ୍ରାଇଭର୍ ଫେରାର୍

ଆଠମଲ୍ଲିକ(କେନ୍ୟୁଜ୍): ପିକଅପ୍ ଭ୍ୟାନ୍‌ରୁ ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଜବତ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ରାଜିଙ୍ଗ ଗାଁରେ ଗତକାଲି ଘଟିଛି ଏହି ଘଟଣା। ଏହି ଗାଁରୁ ଚାଲାଣ ହେଉଥିଲା କେନ୍ଦୁପତ୍ର । ଏନେଇ ବିଶେଷ ସୂତ୍ରରୁ ଖବର ମିଳିବା ପରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା।

ବନ କର୍ମଚାରୀଙ୍କୁ ଦେଖିବା ପରେ ଭ୍ୟାନ୍ ଛାଡ଼ି ଡ୍ରାଇଭର୍ ଫେରାର୍ ହୋଇଯାଇଥିଲା। ବନ ବିଭାଗ କେନ୍ଦୁପତ୍ର ବୋଝେଇ ପିକଅପ୍ ଭ୍ୟାନ୍‌କୁ ଜବତ କରିବା ପରେ ରେଞ୍ଜ୍ ଅଫିସକୁ ଆଣିଛି। ଆଜି କେନ୍ଦୁପତ୍ରର ମୂଲ୍ୟ ଆକଳନ କରାଯିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.