ଷଣ୍ଢ ସହ ଧକ୍କା ହେଲା ବାଇକ୍, ଜଣେ ଗୁରୁତର

ଚାନ୍ଦବାଲି (କେନ୍ୟୁଜ୍):  ଷଣ୍ଢ ସହ ଧକ୍କା ହେଲା ବାଇକ୍। ଯାହାଫଳରେ ବାଇକ୍ ଆରୋହୀ ଗୁରୁତର ଆହତ। ଚାନ୍ଦବାଲି ଭଦ୍ରକ ମୁଖ୍ୟ ରାସ୍ତା ଦଗଛିଆ ବଜାର ନିକଟରେ ଘଟିଛି ଏହି ଦୁର୍ଘଟଣା ।

ଗୁରୁତର ଆହତ ବ୍ଯକ୍ତିଙ୍କୁ ସ୍ଥାନୀୟ ବାସିନ୍ଦା ଉଦ୍ଧାର କରିବା ସହିତ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଚାନ୍ଦବାଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କର ତାଙ୍କ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ବାଇକ ଆରୋହୀ ଜଣକ ହେଉଛନ୍ତି ସ୍ଥାନୀୟ ଗୋପାଳପୁର ଗାଁର ଧନେଶ୍ୱର ବାରିକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.