Below header

ଦୁର୍ଘଟଣା କି ପ୍ରାକୃତିକ ଦୁର୍ବିପାକ ନୁହେଁ, ରାଜ୍ୟରେ ସାପ କାମୁଡାରେ ମରୁଛନ୍ତି ସର୍ବାଧିକ ଲୋକ

ଭୁବନେଶ୍ବର: ସାପକମୁଡାରେ ମୃତ୍ୟୁ ସଂଖ୍ୟା ୨୦୧୬ ରୁ ୨୦୧୯ ମଧ୍ୟରେ ବୃଦ୍ଧି ପାଇଛି ବୋଲି ବିଧାନସଭାରେ ତଥ୍ୟ ଉପସ୍ଥାପନା କରଛନ୍ତି ରାଜ୍ୟ ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି। ଗୃହରେ ବିଧାୟକ ଅଙ୍ଗଦ କହଁରଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମନ୍ତ୍ରୀ ଶ୍ରୀଯୁକ୍ତ ମାର୍ଣ୍ଡି କହିଥିଲେ ୨୦୧୬ ରୁ ୨୦୧୯ ମସିହା ମଧ୍ୟରେ ସାପକାମୁଡାରେ ମୃତ୍ୟୁ ସଂଖ୍ୟା ୨୨୧୭ ରହିଛି।

ଅଫିସର ପରିସଂଖ୍ୟାନ ଅନୁସାରେ ୬୦୧ ଜଣ ଲୋକ ୨୦୧୬-୧୭ରେ ସାପକାମୁଡାରେ ମୃତ୍ୟୁବରଣ କରିଛନ୍ତି ଓ ୨୦୧୭-୧୮ରେ ୮୧୭ ଜଣ ସାପ କାମୁଡାର ଶିକାର ହୋଇଛନ୍ତି। ସେହିଭଳି ୨୦୧୬ ଓ ୨୦୧୮ ମଧ୍ୟରେ ୭୫୬ ଜଣ ମୃତ୍ୟୁ ବରଣ କରିଥିଲେ ଓ ୨୦୧୯ ରେ ସାପକାମୁଡା କାଜୁଆଲିଟି ୪୩ ଜଣ ଅଛନ୍ତି।

ସେହିଭଳି ଓଡିଶାରେ ବିଭିନ୍ନ ବିଷଧର ସାପ ଯଥା ଅହିରାଜ,ନାଗ ଓ ଅନ୍ୟାନ୍ୟ ସାପଙ୍କ ସଂଖ୍ୟା ବଢିଥିବାର ଜଣାପଡିଛି। ଏହି ସାପ କାମୁଡା ମୃତ୍ୟୁ ସଂଖ୍ୟା ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ବହୁଳ ମାତ୍ରାରେ ବୃଦ୍ଧି ପାଇଛି।

ମନ୍ତ୍ରୀ ଶ୍ରୀଯୁକ୍ତ ମାର୍ଣ୍ଡି କହିଥିଲେ ଯେ, ଓଡିଶାରେ ବିଭିନ୍ନ ପ୍ରାକୃତିକ ଦୁର୍ବିପାକରେ ସମୁଦାୟ ମୃତ୍ୟୁ ସଂଖ୍ୟା ୬୨୨୮ ରହିଛି। କିନ୍ତୁ ସାପ କାମୁଡା ପ୍ରାକୃତିକ ଦୁର୍ବିପାକ ଯଥା ଘୂର୍ଣ୍ଣିଝଡ, ବନ୍ୟା,ଘଡଘଡି, ଅଗ୍ନିକାଣ୍ଡ ଓ ନୌକା ବୁଡି ଠାରୁ ବଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.