ଭାରତରେ ଲଞ୍ଚ ହେଲା ୨୦,୦୦୦mahର ଏହି ପାୱାରବ୍ୟାଙ୍କ୍, ଲାପଟପ୍ ମଧ୍ୟ ହୋଇପାରିବ ଚାର୍ଜ

ଏଙ୍କର ଭାରତରେ ଏକ ଏମିତି ପାୱାରବ୍ୟାଙ୍କ୍ ଲଞ୍ଚ କରିଛି ଯେଉଁଥିରେ ମୋବାଇଲ ତ ଚାର୍ଜ ହେବ ତାହା ସହିତ ଲାପଟଠପ୍ ମଧ୍ୟ ଚାର୍ଜ କରିପାରିବେ। ଏଙ୍କର ନାମକ ପାୱାରବ୍ୟାଙ୍କ୍ ଭାରତୀୟ ବଜାରରେ ଲଞ୍ଚ କରିଛି ଯେଉଁଥିରେ ୨୦୦୦୦ ଏମଏଏଚ୍ ବ୍ୟାଟେରୀ ଦିଆଯାଇଛି। ଖାସ୍ କଥା ଏହା ହେଉଛି ପାୱରବ୍ୟାଙ୍କରେ ଫାଷ୍ଟ ଚାର୍ଜିଂ ମଧ୍ୟ ଦିଆଯାଇଛି।

ଏହି ପାୱାରବ୍ୟାଙ୍କରେ ୟୁଏସବି ଟାଇପ୍ ସି ଚାର୍ଜିଂ ପୋର୍ଟ ଦିଆଯାଇଛି। ଏହାଦ୍ବାରା ମ୍ୟାକବୁକ୍ ମଧ୍ୟ ଚାର୍ଜ କରାଯାଇପାରିବ। ଏଥିରେ ଅଲଟ୍ରା ଫାଷ୍ଟ ଚାର୍ଜିଂର ସପୋର୍ଟ ରହିଛି। ଏହାସହିତ କମ୍ପାନୀ ଦାବି କରିଛି ଯେ ଥରେ ଫୁଲ୍ ଚାର୍ଜରେ ଛଅଟି ଆଇଫୋନ, ଏକ ମ୍ୟାକବୁକ୍, ଦୁଇଟି ଆଇପ୍ୟାଡ୍ ଚାର୍ଜ କରାଯାଇପାରିବ।

ଏଥିରେ ଏ-ଗ୍ରେଡ୍ ଲି ପଲିମର ବ୍ୟାଟେରୀ ଦିଆଯାଇଛି ଏବଂ କମ୍ପାନୀ ଏହାର ମଜବୁତକୁ ନେଇ ଦାବି କରିଛି। ଏହା କଳା ଏବଂ ଧଳା ରଙ୍ଗ ବେରିୟଣ୍ଟରେ ମିଳିବ। ପାୱାରକୋର ସ୍ପୀଡ୍ ୨୦୦୦୦ ଏମଏଏଚ ପିଡିକୁ ଅନଲାଇନ ବ୍ୟତିତ ଅଫଲାଇନରେ ଷ୍ଟୋରରୁ ମଧ୍ୟ କିଣି ପାରିବେ। ଏହାର ଦାମ ରହିଛି ୬,୯୯୯ ଟଙ୍କା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.