Below header

ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସକୁ ବଡ ସଫଳତା,ଆନ୍ତଃ ଜିଲ୍ଲା ବାଇକ୍ ଚୋର ର‍୍ୟାକେଟ ଠାବ

କେନ୍ଦ୍ରାପଡ଼ା (କେନ୍ୟୁଜ୍) : ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସକୁ ବଡ ସଫଳତା। ଆନ୍ତଃ ଜିଲ୍ଲା ବାଇକ୍ ଚୋର ର‍୍ୟାକେଟ ଠାବ ହୋଇଛି। ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ୮ଜଣଙ୍କୁ ଗିରଫ କରିବା ସହ ୨୩ଟି ଚୋରା ବାଇକ୍ ଜବତ କରିଛି। ଗତ ୨୬ତାରିଖରେ ବାଇକ୍ ଚୋରି ନେଇ ପଟ୍ଟାମୁଣ୍ଡାଇ ଥାନାରେ ଏତଲା ଦିଆଯାଇଥିଲା। ଏହି ଏତଲାକୁ ଭିତ୍ତିକରି ପଟ୍ଟାମୁଣ୍ଡାଇ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ଚୋରା ବାଇକ୍ ଗୁଡିକ କେନ୍ଦ୍ରାପଡ଼ା,ରାଜନଗର ,ଆଳି ,ପଟ୍ଟାମୁଣ୍ଡାଇ ,ଭଦ୍ରକ ଓ ଭୁବନେଶ୍ୱର ଅଞ୍ଚଳରୁ ଚୋରି ହୋଇଥିଲା। ଏ ନେଇ କେନ୍ଦ୍ରାପଡ଼ା ଏସ୍ପି ନୀତି ଶେଖର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.