ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ଓ ଆଫଗାନିସ୍ତାନ ସର୍ଥକଙ୍କ ଭିତରେ ଲଢ଼େଇ, ଷ୍ଟାଡିୟମ୍‌ ବାହାରେ ମାରପିଟ୍‌

ଲିଡ୍‌ସ : ପଡ଼ିଆରେ ପାକିସ୍ତାନ ବନାମ ଆଫଗାନିସ୍ତାନ ବିଶ୍ୱକପ୍‌ ମ୍ୟାଚ୍‌ ପୂର୍ବରୁ ଦର୍ଶକ ଷ୍ଟାଣ୍ଡରେ ଉଭୟ ଦଳର ସମର୍ଥକଙ୍କ ଭିତରେ ଲଢ଼େଇ । ଆଜି ମ୍ୟାଚ୍‌ ଆରମ୍ଭ ହେବାର ପ୍ରାୟ ଘଣ୍ଟାଏ ପୂର୍ବରୁ କାରନିଜ୍‌ ପାଭିଲିୟନ୍‌ ଷ୍ଟାଣ୍ଡରେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ସୁରକ୍ଷା କର୍ମୀ ଆସି ସମାଧାନ କରିବା ସହ କିଛି ଦର୍ଶକଙ୍କୁ ଷ୍ଟାଡିୟମ୍‌ରୁ ବାହାର କରି ଦେଇଥିଲେ । ତେବେ ଷ୍ଟାଡିୟମ୍‌ ବାହାରେ ମଧ୍ୟ ଦୁଇ ଦେଶର ସମର୍ଥକଙ୍କ ମଧ୍ୟରେ ମାରପିଟ୍‌ ହୋଇଥିଲା । ଏମିତିକି ଖବର ସଂଗ୍ରହ ପାଇଁ ଫଟୋ ଓ ଭିଡିଓ ସୁଟିଂ କରୁଥିବା ସାମ୍ବାଦିକଙ୍କୁ ସେମାନେ ଆକ୍ରମଣ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.