Below header

କୋଠା ଉପରୁ ଦେଖିହେବନି ରଥଯାତ୍ରା ଦୃଶ୍ୟ, ବଡଦାଣ୍ଡକୁ ଯିବା ମନା

ପୁରୀ (କେ ନ୍ୟୁଜ): ପୁରୀ ବଡଦାଣ୍ଡ ପାର୍ଶ୍ୱରେ ଥିବା କୌଣସି କୋଠା ଉପରୁ ଭକ୍ତ ଦେଖିପାରିବେ ନାହିଁ ରଥଯାତ୍ରା। କୌଣସି ବ୍ୟକ୍ତି ବିଶେଷ ରଥଯାତ୍ରା ସମୟରେ ବାଲ୍‌କୋନୀ କିମ୍ବା ଛାତ ଉପରେ ଗହଳି କରିପାରିବେ ନାହିଁ। ଏଭଳି ହେଲେ ସଂପୃକ୍ତ ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କେବଳ ଘରେ ରହି ଝରକା ଫାଙ୍କ ମାଧ୍ୟମରେ ମହାପ୍ରଭୁଙ୍କ ରଥାଯାତ୍ରା ଦେଖିପାରିବେ। ବଡଦାଣ୍ଡକୁ କୌଣସି ବ୍ୟକ୍ତିଙ୍କୁ ଆସିବାକୁ ଦିଆଯିବ ନାହିଁ । ବଡଦାଣ୍ଡରେ ଥିବା ୪୧ ଲଜିଂ, ଧର୍ମଶାଳା ଓ ୨୦୦ରୁ ଅଧିକ ଘର ଛାତ କିମ୍ବା ବାଲ୍‌କୋନୀ ଉପରେ କୌଣସି ବ୍ୟକ୍ତି ଠିଆ ହୋଇପାରିବେ ନାହିଁ।

୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ ସମସ୍ତ ହୋଟେଲ, ଲଜିଂ ଓ ଧର୍ମଶାଳାରୁ ଲୋକଙ୍କୁ ବାହାର କରାଯିବ। ଘର ଭିତରେ ରହି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଦେଖିବେ ଭକ୍ତ। ସମଗ୍ର ବଡ଼ଦାଣ୍ଡରେ ଜାରି ହେବ ୧୪୪ ଧାରା । ସହରକୁ ୧୨ଟି ଜୋନ୍‌ ଓ କେବଳ ବଡଦାଣ୍ଡଙ୍କୁ ୪ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ବଡ଼ଦାଣ୍ଡରେ ସର୍ଭେ ହେଉଥିବା ଘର ସହ ହୋଟେଲ, ଲଜିଂ ଓ ଧର୍ମଶାଳା କୌଣସି ଅତିଥି, ପର୍ଯ୍ୟଟକ କିମ୍ବା ସଂପର୍କୀୟଙ୍କୁ ଧରେ ରଖି ଏହି ସମୟରେ ନରଖିବାକୁ ଜିଲ୍ଲା ପ୍ରଶାସନ ସତର୍କ କରାଇଦେଇଛନ୍ତି। .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.